ଦେବୋତ୍ତର ବିଭାଗର କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ଢ଼େଙ୍କାନାଳ – ତା.୧୭.୦୬.୨୦୨୩ ରିଖ ଦିନ ଜିଲ୍ଲାପାଳ, ଢେଙ୍କାନାଳ, ଶ୍ରୀ ସରୋଜ କୁମାର ସେଠୀ ଦେବୋତ୍ତର ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ । କର୍ମଚାରୀମାନେ ଦାୟୀତ୍ବରେ ଥିବା ଅନୁଷ୍ଠାନ ମାନଙ୍କର ପରିଷ୍କାର ପରିଚ୍ଛନ୍ନତା ଏବଂ ଆୟ ବୃଦ୍ଧି ବିଷୟରେ ଗୁରୁତ୍ଵ ଆରୋପ କରିଥିଲେ । ମନ୍ଦିରର ସ୍ଥାୟୀ ଆୟ ବୃଦ୍ଧି ସହ ଶ୍ରୀଜୀରଙ୍କ ଜମିକୁ ସୁରକ୍ଷିତ ରଖିବା ଓ ଜବର ଦଖଲ ଉଚ୍ଛେଦ ନିମନ୍ତେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜୀଉଙ୍କ ଖାଲିଥିବା ସ୍ଥାନ ମାନଙ୍କରେ କାଜୁ, ଆମ୍ବ ଇତ୍ୟାଦି ଆୟ ବୃଦ୍ଧିକାରୀ ଗଛ ଲଗାଇବା ପାଇଁ ପ୍ରସ୍ତାବ ରଖିବାକୁ ନିର୍ଦେଶ ଦେଇଥିଲେ । କ୍ଷେତ୍ର କର୍ମଚାରୀ ମାନଙ୍କ କାର୍ଯ୍ୟର ସମୀକ୍ଷା ଏଣିକି ପ୍ରତି ମାସରେ ହେବ ଏବଂ ଦେବୋତ୍ତର କାର୍ଯ୍ୟର ସମୀକ୍ଷା ଏହି ବୈଠକରେ କରାଯିବ ବୋଲି ଜଣାଇ ଦେଇଥିଲେ ।
ଜିଲ୍ଲାପାଳ, ଶ୍ରୀ ସରୋଜ କୁମାର ସେଠୀ, ଉପ-ଜିଲ୍ଲାପାଳ, ଢେଙ୍କାନାଳ, ସ୍ନିଗ୍ଧାରାଣୀ ଧଳ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ, ଦେବୋତ୍ତର, ଶ୍ରୀ ହରିହର ପଞ୍ଚୁଆତିଙ୍କ ସହିତ ଦେଓଗାଁ ଓ ଢେଙ୍କାନାଳ ଠାରେ ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଥିଲେ ଏବଂ ରଥ ନିର୍ମାଣ କାର୍ଯ୍ୟ ରବିବାର ସନ୍ଧ୍ୟା ସୁଦ୍ଧା ଶେଷ କରିବା ପାଇଁ ଦେବୋତ୍ତର ନିରୀକ୍ଷକଙ୍କୁ ନିର୍ଦେଶ ଦେଇଥିଲେ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
