ୱାର୍ଡ ମେମ୍ବର ମାନଙ୍କୁ ଦୁର୍ବ୍ୟବହାର କଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ,
ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ
ତୁରଙ୍ଗ ପଞ୍ଚାୟତ ର ୱାର୍ଡ ମେମ୍ବର
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଆଜି ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ଯେ, ତୁରଙ୍ଗ ପଞ୍ଚାୟତର ଆୟ ବ୍ୟୟ ଓ ଉନ୍ନତି କରଣ ଯୋଜନା ବିଷୟରେ ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ମାନଙ୍କୁ ଅବଗତ କରାଉ ନାହାନ୍ତି । କାହିଁକି ଅବଗତ କରାଉ ନାହାନ୍ତି ବୋଲି ୱାର୍ଡ ମେମ୍ବର ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ପଚାରିବାରୁ ଦୁର୍ବ୍ୟବହାର ଶିକାର ହୋଇଥିଲେ ବୋଲି ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ପଞ୍ଚାୟତ ସମିତି ସଭ୍ୟ ଙ୍କ ନାମ ଭୁଲ ଲେଖିବାରୁ ୱାର୍ଡ ମେମ୍ବର ମାନେ ଅସେନ୍ତାଷ ପ୍ରକାଶ କରିବା ସହିତ ଦୃଢ ନିନ୍ଦା କରିଥିଲେ। ଏପଟେ ସମିତି ସଭ୍ୟ ମଧ୍ୟ ଅସେନ୍ତାଷ ପ୍ରକାଶ କରିଥିଲେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଏହା ଭୁଲ ରେ ଲେଖା ହୋଇଥିଲା, ଏହାକୁ ଆମେ ସୁଧାର କରି ଦେବୁ ବୋଲି କହିଥିଲେ। ୱାର୍ଡ ମେମ୍ବର ମାନଙ୍କୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର ପରେ ସମିତି ସଭ୍ୟ ସରୋଜ ପଣ୍ଡା, ୱାର୍ଡ ମେମ୍ବର ଦୀପକ କୁମାର ସାହୁ, ଉପେନ୍ଦ୍ର ସେଠି, ବୀଣା ସାହୁ, ମମତା ବେହେରା, ଶାନ୍ତି ଲତା ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ସେ ଫୋନ ନ ଉଠାଇ ବାରୁ ଅଭିଯୋଗର ସତ୍ୟାସତ୍ୟ ଜଣା ପଡିନାହିଁ।





