*ରଥ ଅଘଟଣ ରେ ମୃତକ ଙ୍କ ଅମର ଆତ୍ମା ର ସତଗତି ପାଇଁ ଦୀପଦାନ*
ଶ୍ରୀକ୍ଷେତ୍ର ପୁରୀ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ *ତ୍ରିପୁରା ରଥଯାତ୍ରା* ରେ ମୃତୁବରଣ କରିଥିବା ୭ ଜଣ ଭକ୍ତ ଙ୍କ ଅମର ଆତ୍ମା ର ସତଗତି ଓ ଆହତ ମାନଙ୍କ *ଆଶୁ ଆରୋଗ୍ୟ* କାମନା କରି ଦୀପଦାନ କରାଯାଇଛି। *28 ତାରିଖରେ* ବାହୁଡ଼ା ଯାତ୍ରା ସମଗ୍ର ବିଶ୍ୱରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସାରୋହରେ ପାଳିତ ହେଉଥିବା ବେଳେ *ତ୍ରିପୁରା ରେ* ଘଟିଥିବା *ଅଘଟଣ* ସମସ୍ତ ଙ୍କୁ ଆଘାତ ଦେଇଥିଲା । ମହାପ୍ରଭୁଙ୍କ ଏହି ମହାନ ଯାତ୍ରା ପାଇଁ *କାଠ ଦରକାର* ହୁଏ ଯାହାକି *ଅକ୍ଷୟ ତୃତୀୟା ଦିନ* ସ୍ଵତନ୍ତ୍ର ବିଧିବିଧାନ ଅନୁସାରେ ପୁଜା କରାଯାଇ *ରଥ କାର୍ଯ* ଆରମ୍ଭ କରାଯାଏ l *ତ୍ରିପୁରା ରେ* ଅନୁଷ୍ଠିତ ହୋଇଥିବା ରଥଯାତ୍ରା ରେ ଯେଉଁ ରଥ କରାଯାଇଥିଲା ତାହା କିନ୍ତୁ ଅଧିକାଂଶ ଲୁହା ରେ ନିର୍ମାଣ କରାଯାଇଥିଲା *ଯାହାକି ହିନ୍ଦୁ ଧର୍ମର ନିୟମ ବାହାରେ ଥିଲା* । ରଥ ପାଇଁ କାଠ ଟିଏ, ଦିଅଁ ପାଇଁ ଦାରୁଟିଏ ଏହି ବାର୍ତ୍ତା କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଚେତନ କରାଯାଇଥିଲା। *ଏହି ବାର୍ତ୍ତା ର ପାଳନ ନ କରାଗଲେ ଏଭଳି ଅଘଟଣ* ଘଟିଲାବୋଲି *ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି* ମତ ରଖିଥିଲେ।ଏହି କାର୍ଯ୍ୟରେ ଉପ ସଭାପତି ରଶ୍ମି ରଞ୍ଜନ ବାରିକ ଙ୍କ ସହିତ କାଳନ୍ଦି ମଲ୍ଲିକ, ଲକ୍ଷ୍ମଣ ନାଥ, ତପନ ନାଥ,ଶଶିକାନ୍ତ ନାଥ ଓ ସୁନୀଲ ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
*ପୁରୀ ରୁ ସରୋଜ କୁମାର ସାହୁ ଙ୍କ ସହିତ*
ଜାଗ୍ରତ ଭାରତ ନ୍ୟୁଜ୍





