
*ସୁନା ବେଶରେ ସ୍ୱର୍ଣ୍ଣିମ ବେଳାଭୂମି ସଫେଇ ****
ପବିତ୍ର ସୁନାବେଶ ଅବସରରେ ପୁରୀ ବେଳାଭୂମି ସଫେଇ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ପ୍ରତିଦିନ ସହ ସହ ପର୍ଯ୍ୟଟକ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ *ବେଳାଭୂମିରେ* ଭିଡ଼ ଜମାଇଥାନ୍ତି । ଅନେକ ପ୍ରକାରର *ପ୍ଲାଷ୍ଟିକ ପଦାର୍ଥରେ* ଖାଦ୍ୟ ଖାଇ ବେଳାଭୂମି ବୁଲିଥାନ୍ତି l ଖାଦ୍ୟ ସରିବା ପରେ ପ୍ଲାଷ୍ଟିକ ପଦାର୍ଥ ଗୁଡିକୁ ଏଣେ ତେଣେ ଫୋପାଡ଼ି ଦେଇ ଚାଲିଯାଇଥାନ୍ତି l ଯାହା ଫଳରେ କି ବେଳାଭୂମି ଅନେକ ମାତ୍ରାରେ ପ୍ରଦୂଷିତ ହୋଇଥାଏ l ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି ଆମ ପୁରୀ ବେଳାଭୂମି l ଏହି ପ୍ରଦୂଷଣକୁ କିଛି ମାତ୍ରାରେ ରୋକିବା ପାଇଁ *ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ* ବେଳାଭୂମିକୁ ସଫେଇ କରାଯିବା ସହିତ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନଙ୍କୁ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସାମିଲ ଥିବା ବ୍ୟକ୍ତି ମାନେ ହେଉଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର *ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି* , *ଉପସଭାପତି ରଶ୍ମି ରଞ୍ଜନ ବାରିକ* , ସୁନିଲ ଦାସ, କାଳନ୍ଦି ମଲ୍ଲିକ, ଆକାଶ ଦାସ, ରାକେଶ ବଳ, ମନୋଜ ରାଉତ, ସୌମ୍ୟ ରଞ୍ଜନ ପରିଡ଼ା ଓ ଶୁଭମ ନାୟକ।
*ପୁରୀ ବେଳାଭୂମି ରୁ ସରୋଜ କୁମାର ସାହୁ*
ଜାଗ୍ରତ ଭାରତ ନ୍ୟୁଜ୍





