


( ନରେଗା ଯୋଜନାରେ ରାସ୍ତା ନିର୍ମାଣ କରି ପ୍ରାପ୍ୟ ପାଇବାରେ ବିଳମ୍ବ ଯୋଗୁଁ ଲେବର କୋର୍ଟ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଲେ ଶ୍ରମିକ )
ଜଗତସିଂହପୁର
ତା =3/7/23
ଜଗତସିଂହପୁର ବ୍ଲକ ପିତେଇପୁର ପଞ୍ଚାୟତ ରେ ନରେଗା ଯୋଜନାରେ ମାସ ମାସ ଧରି ଶତାଧିକ ଶ୍ରମିକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି |ହେଲେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମନେ ଉଚିତ ସମୟରେ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରୁନଥିବାରୁ ଶ୍ରମିକ ମାନଙ୍କ ମଧ୍ୟ୍ୟ ରେ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି | ଏଥିନେଇ ଶ୍ରମିକ ମନେ ଲେବର କୋର୍ଟ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି | ଖବର ନେବାରେ ଜଣାଯାଇଛି ପିତେଇପୁର ପଞ୍ଚାୟତ ନିପୁର ଗ୍ରାମର ହରିଜନ ପାଡାକୁ ଦୀର୍ଘ ଦିନ ହେବ ଯାତାୟତ ନିମନ୍ତେ ରାସ୍ତାଟିଏ ନଥିଲା | ଗ୍ରାମବାସୀ ଙ୍କ ଆପତ୍ତି ଅଭିଯୋଗ କୁ ଦୃଷ୍ଟିରେ ରଖି ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ଙ୍କ ଉଦ୍ୟମକ୍ରମେ ଦିଗିପୋଲ ଠାରୁ ହରିଜନ ପଡା କୁ ନରେଗା ଯୋଜନାରେ ଶ୍ରମିକ ମାନେ ରାସ୍ତା ନିର୍ମାଣ କରିଥିଲେ | ଅନେକ ବଦାନ୍ୟ ବ୍ୟକ୍ତି ନିଜ ପୈତୃକ ସମ୍ପତ୍ତି ଉପରେ ରାସ୍ତା ନିର୍ମାଣ କରାଗଲେ କୌଣସି ଆପତ୍ତି ଅଭିଯୋଗ ନାହିଁ ବୋଲି ପଞ୍ଚାୟତ କୁ ଲିଖିତନାମା ପ୍ରଦାନ କରିଛନ୍ତି | କିନ୍ତୁ ଦୁଃଖ ଓ ପରିତାପର ବିଷୟ ନରେଗା ଯୋଜନା ରେ ମାସ ମାସ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି |କାର୍ଯ୍ୟ ରେ ନିୟୋଜିତ ଶ୍ରମିକ ମନେ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି | ଏଥିନେଇ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି | ଶ୍ରମିକ ମନେ ଅନେକବାର ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି | ହେଲେ ଶ୍ରମିକ ମାନଙ୍କ କଥା କେହି ଶୁଣୁନାହାନ୍ତି | ବକେୟା ପ୍ରାପ୍ୟ ପାଇବା ନିମନ୍ତେ ଶ୍ରମିକ ମାନେ ଲେବର କୋର୍ଟ ର ଆଶ୍ରୟ ନେବେ ବୋଲି ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





