

ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳ ର ଚତୁର୍ଥ ଅଧ୍ୟାନ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ, ୩/୭: ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳର ଚତୁର୍ଥ ଅଧ୍ୟାନ ଦିବସ ରବିବାର ଦିନ ସ୍ଥାନୀୟ ରୋଟାରୀ କ୍ଲବ ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂମିତ କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ରୋଟାରୀ କ୍ଲବ ଢେଙ୍କାନାଳ ର ସଭାପତି ଅବୋଧ ମହାପାତ୍ର ଓ ରୋଟାରୀ ଡିଗ୍ରିକୁ ୩୨୬୨ ର ଡିଷ୍ଟ୍ରିକ୍ଟ ରୋଟାରାକୁ ରିପ୍ରେଜେଟେଟିଭ୍ ପ୍ରତ୍ୟୁଷ ସାହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ରେ ଟାରୀ କ୍ଲବ ଢେଙ୍କାନାଳ ର ନିର୍ଦ୍ଦେଶକ ୟୁଥ୍ ସର୍ଭିସ ଇପିଲି ଶ୍ରୀଧର ସ୍ବତନ୍ତ୍ର ଅତିଥ ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ରୋଟାରକୁ କ୍ଲବ୍ ଢେଙ୍କାନାଳ ର ନୂତନ ସଭାପତି ଭାବରେ ଶିବପ୍ରସାଦ ସାଇଁ ଓ ନୂତନ ସମ୍ପାଦିକା ଭାବେ ଅମ୍ରିତା ମିଶ୍ର ଦାୟିତ୍ବ ଗ୍ରହଣ କରିଲେ । ଏହି ଅବସରରେ ୯ ଜଣ ବ୍ୟକ୍ତି ବିଶେଷ ଓ ସଂସ୍ଥା କୁ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ହେତୁ ସମ୍ମାନିତ କରାଯାଇଥିଲା ଏବଂ ବଜରଙ୍ଗ କ୍ଲବ ଢେଙ୍କାନାଳ କୁ ସାମାଜିକ କାର୍ଯ୍ୟ ରେ ଉଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । କ୍ଲବ୍ ତରଫରୁ ଅଧ୍ୟାନ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ବୁଲିଲେଟିନ ଅତିଥ ମାନଙ୍କ ଦ୍ବାରା ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଲୋପାମୁଦ୍ରା ପରିଚାଳନା କରିଥିବା ବେଳେ ରଞ୍ଜନ, ଅଭିଷେକ, ପ୍ରେମଜିତ, ଅବିନାଶ, ଅଭିଳାଷ, ଅମିସା,ଚିନୁ, ସୂମିତ, ଶୁଭମ୍, ଆଶୁତୋଷ, ଅନିଶ ପ୍ରମୁଖ ସହଯୋଗ କରିଥିଲେ ।





