
କାଉଡି ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଏଥର ତିନି ସୋମବାର ଜଳଲାଗି
•
କାଉଡି ଯାତ୍ରାରେ ଡିଜେ ବ୍ୟବହାର ଉପରେ କଟକଣା • ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ
ଢେଙ୍କାନାଳ : ୦୪/୦୭-ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ କାଉଡି ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସଭାପତିତ୍ବ କରି ଜିଲ୍ଲାର କପିଳାସ ସମେତ ୧୨ଟିଶୈବ ପୀଠରେ ଯେପରି ଜଳଲାଗି ଏବଂ କାଉଡି ଯାତ୍ରା ଶୃଙ୍ଖଳିତ ଓ ବ୍ୟବସ୍ଥିତ ହୋଇପାରିବ ସେଥିପାଇଁ ଗୁରିତ୍ରାରୋପ କରିଛନ୍ତି କାଉଡିଆମାନେ ଯେପରି ଶୃଙ୍ଖଳିତ ଭାବେ ଜଳଲାଗି କରିପାରିବେ ଏବଂ ଯାତ୍ରାର ସୁପରିଚାଳନା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ବାବା ଚନ୍ଦ୍ରଶେଖରଙ୍କ ମୁଖ୍ୟ ପୁରୋହିତଙ୍କ ମତ ନୁସାରେ ଏଥର ଯେ ଡା ଶ୍ରାବଣ ଏବଂ ମାନ ମାସ ପଡୁଥିବାରୁ କେବଳ ଜୁଲାଇ ମାସର ୧୦ରିଖ ପଡ଼ୁଥିବା ସୋମବାର ଏବଂ ଅଗଷ୍ଟ ମାସର ୨୧ ଓ ୨୮ରିଖ ପଡୁଥିବା ସେ ମବାର ଦିନ ହିଁ ଜଳଲାଗି
କରିହେବ ।
ନଦୀପଠାରୁ ଜଳ ଆଣିବା ସମୟରେ ସମସ୍ତ ଶ୍ରଦ୍ଧାଳୁମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହାସହ ଭକ୍ତମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନଦୀକୂଳରେ ଓଡ୍ରାଫ ଏବଂ ଦମକଳବାହିନୀକୁ ମୁତୟନ ହେବେ । କାଉଡିଆମାନଙ୍କୁ ବାସୁସେବା ଯୋଗାଇଦେବା ପାଇଁ ପୀଠଠାରେ ଏବଂ ପାଦଦେଶରେ ଅସ୍ଥାୟୀ ଵାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ର ବ୍ୟବସ୍ଥା କରାଯିବ ବୋଲି ମେଡିକାଲ ଅଧିକାରୀ କହିଛନ୍ତି । ଜିଲ୍ଲାପାଳ ବୈଠକରେ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବାରୋପ କରିଛନ୍ତି । ପୀଠରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ଉପରେ ସମ୍ପୂର୍ଣ ନିଷେଧ କରାଯାଇଛି । ଏହାସହ ପୀଠରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ଏବଂ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ସେ ପୌରନିର୍ବାହୀ ଅଧିକାରୀଙ୍କୁ କହିଛନ୍ତି ।
କାଉଡିଆମାନେ ଯେପରି ଭଲ ଖାଦ୍ୟ ପ ଇପାରିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଖାଦ୍ୟର ମାନ ପରୀକ୍ଷା କରିବେ । ଟ୍ରାଫିକ ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ।ଏହାସହ ଏନ୍ସିସି,ସ୍କାଉଟ୍, ଏବଂ ଅନ୍ୟାନ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ଭିଡ ନିୟନ୍ତ୍ରଣ ଏବଂ ଯାତ୍ରାର ସୁପରିଚାଳନା କରିବେ । କାଉଡିଆମାନଙ୍କଠାରୁ କୌଣସି ଅର୍ଥ ଆଦାୟ କରାଯିବନାହିଁ ଏହାସହ ଭକ୍ତମାନଙ୍କୁ ନେବାଆଣିବା କରିବା ପାଇଁ ଥିବା ଗାଡିଗୁଡିକ ଯେପରି ଧାର୍ଯ୍ୟ ଭଡାଠାରୁ ଅଧିକ ନେବେନାହିଁ ସେଥିପ୍ରତି ଧ୍ୟାନଦେବାକୁ ଜିଲ୍ଲାପାଳ ଆ.ରଟି.ଓ. ଙ୍କୁ କହିଛନ୍ତି । କାଉଡିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ହାତୀମାନଙ୍କ ଗତିବିଧି ଉପରେ ମଧ୍ୟ ନିଜର
ରଖାଯିବ ।
ଯାତ୍ରା ସମୟରେ କାଉଡିଆମାନେ ଯେପରି ଡିଜେ ସାଉଣ୍ଡ ବ୍ୟବହାର ନକରିବେ ସେଥିପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ କୌଣସି ପ୍ରକାର ଉତ୍ସବ,ସମାରୋହରେ ଡିଜେ ସାଉଣ୍ଡ ବ୍ୟବହାର କରାଯିବନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରାରମ୍ଭରେ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ,ଦେବୋତ୍ତର ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ କାଉଡିଆ ଯାତ୍ରାର ସୁପରିଚାଳନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଡି.ଏମ୍.ଓ. ଶ୍ରୀ ସୁମିତ କର, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ନୀରାୟଣ ନାୟକ, ପୋଲିସ କର୍ମକର୍ତ୍ତା, ଅନ୍ୟ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।





