ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ
ମାଳିବିଡୋ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନରେନ୍ଦ୍ରପୁର, ଜୁଲାଇ 4, 2023: ଟାଟା ଷ୍ଟିଲ ମେରାମଣ୍ଡଳୀ(ଟିଏସଏମ) ଏବଂ ଓଡ଼ାପଡା ସାମ୍ବାଦିକ ସଂଘର ମିଳିତ ପ୍ରୟାସରେ ଆଜି ଓଡାପଡା ବ୍ଲକ ଅନ୍ତର୍ଗତ ମାଳିବିଡୋ ଗ୍ରାମରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଗାଁ ପରିସରରେ ଥିବା ମନ୍ଦିର ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର 130ଟି ଚାରା ରୋପଣ କରାଯାଇଥିଲା।
ବୃକ୍ଷ ର ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ବୃଦ୍ଧି ଏବଂ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ାପଡା ସାମ୍ଭାଦିକ ସଙ୍ଘର ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆର ସାମ୍ଭାଦିକ ଏବଂ ମାଳିପଡାର 50 ରୁ ଉର୍ଦ୍ଧ୍ୱ ଗ୍ରାମବାସୀମାନେ ମିଳିତ ଭାବେ ବୃକ୍ଷରୋପଣ କରିଥିଲେ। ଟାଟା ଷ୍ଟିଲ ମେରାମଣ୍ଡଳୀ କର୍ପୋରେଟ କମ୍ୟୁନିକେସନର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାଳିବିଡୋ ଗ୍ରାମରେ ରୋପଣ କରାଯାଇଥିବା ଚାରାଗୁଡି଼କ ଟିଏସଏମ୍ ର ନର୍ସରୀରୁ ଆସିଥିଲା।
ପ୍ରତ୍ୟେକ ବର୍ଷ ଜୁଲାଇ ମାସ ର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଇଥାଏ। ସ୍ଥାନୀୟ ଜନସାଧାରଣଙ୍କୁ ପରିବେଶ ସନ୍ତୁଳନ ପାଇଁ ଗଛ ଲଗାଇବା, କାର୍ଯ୍ୟକ୍ରମରେ ସାମିଲ କରିବା ସହ ସଚେତନ କରାଇବା ହୋଉଛି ଏହି ବନ ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ।





