ବନୋମହୋତ୍ସଵ ସପ୍ତାହରେ ୫୦ ରୁ ଉର୍ଦ୍ଧ ଚାରା ରୋପଣ
ରୋଟାରାକ୍ଟ୍ କ୍ଲବ ଢେଙ୍କାନାଳ ତରଫରୁ ଏବଂ ରୋଟାରୀ କମ୍ୟୁନିଟି କ୍ରପ୍ସ, ବନମାଳୀ ପ୍ରସାଦ ସହର୍ଯ୍ୟରେ ସ୍ଥାନୀୟ ବନମାଳୀ ପ୍ରସାଦ ଠାରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ୫୦ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ବିଭିନ୍ନ ପ୍ରକାରର ଚାରା ଯଥା ପଣସ, ଆମ୍ବ, ବଉଳ, କଇଁଥ, ବେଲ, ଗମ୍ଭାରୀ, ଜାମ୍ଭୁ ଆଦି ରୋପଣ କରାଯାଇଛି। ଏହି ଅବସର ରେ ଅତିଥି ଭାବରେ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ଢେଙ୍କାନାଳ ସୁଗାର ୟୁନିଟ ର ୟୁନିଟ ହେଡ ଶ୍ରୀ ଦୁର୍ଗା ପ୍ରସାଦ ଦିବେଦୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I ରୋଟାରୀ କ୍ଲବ ଢେଙ୍କାନାଳ ର ପୂର୍ବତନ ସଭପତି ଶ୍ରୀ ହର୍ଷବର୍ଦ୍ଧନ ସିଂ ଦେଓ, ଶ୍ରୀ ରାଜକିଶୋର ବେହେରା, ଶ୍ରୀ ଅଭିମନ୍ୟୁ ସାହୁ, ଡ଼ାଇରେକ୍ଟର ୟୁଥ୍ ସର୍ଭିସ୍ ଶ୍ରୀ ଇପିଲି ଶ୍ରୀଧର ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ରୋଟାରାକ୍ଟ କ୍ଲବର ସଦସ୍ୟ ଅଭିଷେକ, ରଞ୍ଜନ, ଅଭିନାଶ, ପ୍ରେମଜିତ୍, ସଭାପତି ଶିବପ୍ରସାଦ ଓ ସମ୍ପାଦିକା ଅମ୍ରିତା ଯୋଗ ଥିଲେ। ରୋଟାରୀ କମ୍ୟୁନିଟି କ୍ରପ୍ସ ବାନମାଲିପ୍ରସାଦ ର ସଭାପତି ସନ୍ତୋଷ ବେହେରା ଏବଂ ସମ୍ପାଦକ ବିବେକା ସ୍ୱାଇଁ ଓ ପୂର୍ବତନ ସଭାପତି ଏବଂ ଢେଙ୍କାନାଳ ମ୍ୟୁନିସପାଲିଟି ର ୯ ନମ୍ବର ୱାର୍ଡ ର କାଉନସିଲର ଶ୍ରୀ ସୂର୍ଯ୍ୟପ୍ରତାପ ରାଉତ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହା ସହ ସୁନିଲ ସାହୁ, ଅନିଲ ରାଉତ, ସିଲୁ ରାଉତ, ସ୍ଵୟଂପ୍ରିତ୍ ସ୍ୱାଇଁ ଓ ଅନ୍ୟମାନେ ସହଯୋଗ କରିଥିଲେ ।





