ପାଟଣା: କେନ୍ଦୁଝର ଜିଲ୍ଲା ସୀତାବିଞ୍ଜ ଓ ବସନ୍ତପୁର ଷ୍ଟେସନ ମଝିରେ ଖୋର୍ଦ୍ଧା ପାସେଞ୍ଜର ଟ୍ରେନ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ଅଟକି ରହିଥିଲା। ତେବେ ଟ୍ରେନ୍ ଇଞ୍ଜିନରେ କୌଣସି ସମସ୍ୟା ଥିବା ହେତୁ ଟ୍ରେନ ଅଟକି ରହିଥିବା ଯାତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ସେପଟେ ଟ୍ରେନ ଅଟକି ରହିଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶେଷ କରି କଟକ ଓ ଭୁବନେଶ୍ୱର ମେଡିକାଲକୁ ଯାଉଥିବା ଯାତ୍ରୀ ହଇରାଣ ହୋଇଥିବା ଜଣାପଡିଛି। ସେଠାରେ ଯାନ୍ତ୍ରିକ ତ୍ରୁଟିର ସମାଧାନ ନହେବା ଯୋଗୁଁ କିଛି ସମୟ ପୂର୍ବରୁ ଟ୍ରେନ୍ ଟିକୁ ଅନ୍ୟ ଏକ ଇଞ୍ଜିନ ସାହାଯ୍ୟରେ ସିତାବିଞ୍ଜ ଷ୍ଟେସନକୁ ଆଣିବା ପରେ ୩ ଘଣ୍ଟା ବିଳମ୍ବରେ ଅନ୍ୟ ଏକ ଇଞ୍ଜିନ ଲଗାଇ ସୀତାବିଞ୍ଜ ଷ୍ଟେସନରୁ ଛାଡିଥିବା ଜଣାପଡିଛି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


April 19, 2026/
No Comments



