ଢେଙ୍କାନାଳ ଜିଲ୍ଲା wildlife & Snake Rescue Team ପୟରୁ ଜରୁରୀକାଳୀନ ସୁଚନା
ସାଧାରଣ ଭାବେ ବର୍ଷାଋତୁରେ ସାପମାନଙ୍କର ଅଧିକ ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ । ସାପ ମାନେ ଏହି ରୁତୁରେ ଅଣ୍ତା ଦେଈଥାନ୍ତି ଓ ସାପମାନଙ୍କର ଗାତମାନଙ୍କରେ ବର୍ଷା ଜଳ ପଶିଯିବା ପରେ ସାପମାନେ ବାଧ୍ୟ ହୋଇ ବାହାରକୁ ବାହାରି ଆସନ୍ତି। ଓ ସେମାନଙ୍କୁ ନ ମାରି ବନବିଭାଗ କିମ୍ବା ସାପ ଊଧାର କାରି କୁ ଯୋଗାଯୋଗ କରନ୍ତୁ । ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସାପ ଊଧାର କରାଯାଇଛି। ଓ ସାପ କାମୁଡ଼ା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ଟିମ୍ ପୟରୁ ସୁଚନା ଦିୟାହୋଇଛି ଜଦି କୈଣସି କାରଣରୁ ସାପ କାମୁଡିଲା କୈଣସି ଗୁଣିଗାରେଡି କୁ ନ ଯାଈ ତୁରନ୍ତ ପାଖ ଚିକିତ୍ସା ଅଧିକାରି କ ପାଖକୁ ନିୟନ୍ତୁ। ବର୍ଷା ଋତୁରେ ଜୋତା, ଗାଡ଼ି ଡିକି, ଅଳିଆ, ଆବର୍ଜନା ପୂର୍ଣ୍ଣ ସ୍ଥାନ ମାନଙ୍କରେ ସାପ ଲୁଚି ରହିଥାନ୍ତି । ତେଣୁ ଆଖପାଖ ଏରିୟା କୁ ସଫା ରଖନ୍ତୁ ସାପ କବଳରୁ ରକ୍ଷା ପାଇବାକୁ ହେଲେ ରାତିରେ ମଶାରି ଟାଣି ଶୋଇବାକୁ ମଧ୍ୟ ଟିମ୍ ପୟରୁ ପରାମର୍ଶ ଦିଆଯାଇଛି । ଯୋଗାଯୋଗ କରନ୍ତୁ (8763472631 ) ( 8249681007 ) ( 7008925017 ) ( 8260562373 )





