ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ର ଅନୈତିକ ଭାବେ କୋଇଲା ପରିବହନ ଦ୍ୱାରା କୋଇଲା ଗୁଣ୍ଡ ଧୂଳିରେ ଆଚ୍ଛାଦିତ ରାଜରାସ୍ତା , ଏଥିରେ ହନ୍ତସନ୍ତ ବଡ଼ବିଲ ବାସି ।
କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ମାଟକାମ୍ବେଡା ସ୍ଥିତ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ନାମକ କମ୍ପାନୀ ଦ୍ବାରା ପରିବହନ ନିୟମକୁ ଉଲ୍ଲଂଘନ କରି କୋଇଲା ପରିବହନ କରାଯାଉଥିବା ଯୋଗୁ ରାସ୍ତାଘାଟ ରେ କୋଇଲା ଗୁଣ୍ଡ ପଡି ରହିଥବା ଦେଖିବାକୁ ମିଳିଛି। ଯେଉଁଥିରେ ବଡ଼ବିଲ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ସମସ୍ତ ରୋଡ ରାସ୍ତାରେ ମେଞ୍ଚା ମେଞ୍ଚା କୋଇଲା ଗୁଣ୍ଡ ପଡ଼ିଥିବା ଆପଣ ମାନେ ଦେଖିପାରୁଥିବେ । ଏ ହେଉଛି ଖଣିଜ ବହୁଳ ଅଗ୍ରଣୀ ଜିଲ୍ଲା କେନ୍ଦୁଝର ଜିଲ୍ଲାରେ ଥିବା ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଦ୍ବାରା ପରିବହନ ହେଉଥିବା ର ନଗ୍ନ ଚିତ୍ର । ସବୁ ଦେଖି ମଧ୍ୟ ଆଞ୍ଚଳିକ ପ୍ରଶାସନ ନୀରବ ଦ୍ରଷ୍ଟା । ଗତକାଲି ରାତ୍ରୀରେ ଆରିୟା ଷ୍ଟିଲ କମ୍ପାନୀ ନିଜ କାରଖାନା ପାଇଁ କୋଇଲା ପରିବହନ କରାଇଥିଲା । ପରିବହନ ସମୟରେ ପରିବହନ ହେଉଥିବା ଖଣିଜ ପଦାର୍ଥ କୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ପରିବହନ କରିବାକୁ ନିୟମ ରହିଥିବା ବେଳେ, ଏହି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରୁଛି ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ। ଆପଣ ମାନେ ଦେଖିବେ କି ଅଧିକାଂଶ ସଂଖ୍ୟାରେ ପରିବହନ ହେଉଥିବା ଗାଡ଼ିରେ ତ୍ରିପଲ ଘୋଡା ଯାଉନାହିଁ । ଗାଡ଼ିର ଡାଲାରୁ ଉପର ଭାଗକୁ ଜୋର ଜବରଦସ୍ତ ପାହାଡ଼ ପରି ଲୋଡ କରାଇବା ସହିତ କୌଣସି ତ୍ରିପଲ ସାହାର୍ଯ୍ୟରେ ଗାଡ଼ିକୁ ଘୋଡାଇ ନ ଥାନ୍ତି । ଯାହା ଫଳରେ ଗାଡ଼ି ଚାଲିବା ମାତ୍ରେ ରାସ୍ତା ସାରା କୋଇଲା ଗୁଣ୍ଡ ପଡ଼ି ରାଜରାସ୍ତା ସାରା କୋଇଲା ଗୁଣ୍ଡ ବିଞ୍ଚି ହୋଇ ପଡ଼ିଥାଏ । ଗତ କାଲି ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି ଯେ ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଦ୍ବାରା ନିଜ କାରଖାନାକୁ କୋଇଲା ଗୁଣ୍ଡ ପରିବହନ କରାଇଥିଲା । ଯାହା ଫଳରେ କଳିଙ୍ଗ ବିର୍ସା ମୁଣ୍ଡା ଛକ ଠାରୁ ଆରମ୍ଭ କରି ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀର ମୁଖ୍ୟ ଗେଟ ପର୍ଯ୍ୟନ୍ତ ପ୍ରାୟ ତିନି ଚାରି କିଲୋମିଟର କୋଇଲା ଗୁଣ୍ଡ ରାଜରାସ୍ତା ସାରା ପଡ଼ି ରହିଥିବାଦେଖିବାକୁ ମିଳିଥିଲା । ସକାଳ ହେବା ମାତ୍ରେ କୋଇଲା ଗୁଣ୍ଡ ରେ ଅଞ୍ଚଳ ସାରା କଳା ଧୂଳିଧୁଆଁ ରେ ପରିପୂର୍ଣ୍ଣ ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ପାଖରେ ଗୋଟେ ବିଶାଳ ଧରଣର ଧୂଳି ଉଠା ମେସିନ ଅଛି । ଯଦି ଉକ୍ତ କମ୍ପାନୀ ଚାହିଁ ଥାନ୍ତା ତାହେଲେ ଉକ୍ତ ମେସିନକୁ ପଠେଇ ରାସ୍ତାଟିକୁ ସଫା କରି ପାରିଥାନ୍ତା । କିନ୍ତୁ କମ୍ପାନୀ ଲାଭଖୋର ମନବୃତି ରଖି ଅଞ୍ଚଳ ବାସୀଙ୍କୁ ଧୂଳିର ଚାଦର ଘଡେ଼ଇ ଦେଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା ମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାରମ୍ଵାର ଖବର ପ୍ରସାରଣ କରାଯାଉଥିଲେ ସୁଦ୍ଧା ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଜିଛନ୍ତି ନିଦାବିଷ୍ଣୁ , କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା , ଏସବୁ କୁ ଦେଖି ନ ଦେଖିବା ତଥା ଧୃତରାଷ୍ଟ୍ର ଭଳି ଅଭିନୟ କରୁଥିବା ମନେହୁଏ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


