(ସବୁଥାଇ କିଛି ନାହିଁ | ଅସହାୟ ବୃଦ୍ଧ ଖୋଜୁଛନ୍ତି ଜରାନିବାସ ନଚେତ ଆତ୍ମହତ୍ୟା ର ବାଟ )
ଜଗତସିଂହପୁର
ତା =10/7/23
ପ୍ରତ୍ୟେକ ବାପା, ମା, ପିଲା ମାନଙ୍କ ର ଭବିଷ୍ୟତ କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି | ଜୀବନସାରା ଅକ୍ଲାନ୍ତ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲା ମାନଙ୍କ ର ଉଜ୍ୱଳ ଭବିଷ୍ୟତ କାମନା କରିଥାନ୍ତି | ପିଲାମାନେ କିପରି ଭଲମଣିଷ ହେବେ |ଚାକିରୀ ବାକିରି କରିବେ | ବାପା,ମା ଙ୍କର ବୃଦ୍ଧ କାଳେ ସେବା ଯତ୍ନ କରିବେ ସେଥିନେଇ ଅନେକ ଆଶା ବାନ୍ଧିଥାନ୍ତି | ହେଲେ ନିୟତି ର ଗତି ବଡ଼ ବିଚିତ୍ର | ବୃଦ୍ଧ କାଳେ ବାପା,ମା ଙ୍କ ପ୍ରତି କର୍ତ୍ତବ୍ୟ ରେ ଅବହେଳା ପଦର୍ଶନ କରି ଅତ୍ୟାଧୁନିକ ଯୁଗର ଯୁବ ପିଢ଼ି ସହରୀ ସଭ୍ୟତା କୁ ଆପଣେଇ ନେଇଥିବା ବେଳେ ଗ୍ରାମାଞ୍ଚଳ ରେ ବାପା, ମା,ନିଜକୁ ଅସହାୟ, ନିଃସହାୟ ମନେକରି ଶେଷ ଅବସ୍ଥାରେ ଜରାନିବାସ ରେ ଆଶ୍ରୟ ନଚେତ ଆତ୍ମହତ୍ୟା କରିବା ଏକମାତ୍ର ପନ୍ଥା ବୋଲି ବାଛିନେଇଛନ୍ତି |
ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଜଗତସିଂହପୁର ବ୍ଲକ ଆୟର ପଞ୍ଚାୟତ ଆମ୍ବଦରଡା ଗ୍ରାମରେ |ସେହି ଗ୍ରାମର 82 ବର୍ଷୀୟା ବୃଦ୍ଧ ଉତ୍ତମ ଚରଣ କର |ଜୀବନ ସାରା ଅକ୍ଲାନ୍ତ ପରିଶ୍ରମ କରି ଉପାର୍ଜିତ ଅର୍ଥ ରେ ଦୁଇ ପୁଅ, ଦୁଇ ଝିଅ ଙ୍କୁ ଶିକ୍ଷିତ କରିଥିଲେ |ଦୁଇ ପୁଅ ଝିଅ ବିବାହ ପରେ ପରିବାର ନେଇ ରାଜଧାନୀ ରେ ରହୁଛନ୍ତି |ହେଲେ ବୃଦ୍ଧ ରୋଗୀଣା ଅସହାୟ ବାପା ଗାଁ ରେ ଏକାକୀ ରହୁଛନ୍ତି | ଶେଷ ଅବସ୍ଥାରେ ନିଜକୁ ଅସହାୟ ମନେକରି ଜରା ନିବାସ କିମ୍ବା ଆତ୍ମହତ୍ୟା କରିବାକୁ ସିଦ୍ଧାନ୍ତ ନେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





