(ଝଙ୍କଡ଼ ସାରଳାପୀଠରେ ଭାଗବତ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ )
ଜଗତସିଂହପୁର
ତା =୧୧/୭/୨୦୨୩ ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ ରେ ଦଶମବାର୍ଷିକ ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନର ଆୟୋଜନ ଉପଲକ୍ଷେ ବାବାଜୀ ସତ୍ୟାନନ୍ଦଦାସ ମହାରାଜ ଙ୍କ ମାର୍ଗଦର୍ଶନରେ ମା ସାରଳା ଭାଗବତ ପ୍ରଚାର ସମିତି ର ସଭାପତି ଇଞ୍ଜିନିୟର ବିଷ୍ଣୁଚରଣ ସ୍ୱାଇଁ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ସାରଳାପୀଠ କନକପୁର ସ୍ଥିତ ଶ୍ରୀ ସିଦ୍ଧି ଗେଷ୍ଟହାଉସ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସମିତିର ସମ୍ପାଦକ କ୍ଷୀରୋଦ କୁମାର ରାଉଳ ବାର୍ଷିକବିବରଣୀ ପାଠ କରିବାପରେ , ଆସନ୍ତା ଜୁଲାଇ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚଳିତ ବର୍ଷର ଭାଗବତସପ୍ତାହ ପାଳନ ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ଏହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଭିନ୍ନ ସବକମିଟି ଗଠନ କରାଗଲା। ଏହି ସବକମିଟି ରେ ଅମରେଶ ରାଉତରାୟ, ବିଶ୍ବରଂଜନ ରାଉଳ, ସାରଦା ପ୍ରସାଦ ସାହୁ , ଦେବୀପ୍ରସାଦ ରାଉଳ , ରମେଶ ଚନ୍ଦ୍ର ରାଉଳ, ବିଜୟ କୁମାର ରାଉଳ , ହରେକୃଷ୍ଣ ରାଉଳ , ଦେବୀପ୍ରସାଦ ତ୍ରିପାଠୀ , ରଞ୍ଜନ କୁମାର ରାଉଳ , ଅଜୟ କୁମାର ରାଉଳ , ବିଳାସ ଚନ୍ଦ୍ର ବେହେରା, ଅନନ୍ତ ଚରଣ ସାମଲ , ଚନ୍ଦନ ରାଉଳ, ରବୀନ୍ଦ୍ର କୁମାର ରାଉଳ, ହରେକୃଷ୍ଣ ନାୟକ ଓ ରମାକାନ୍ତ ରାଉଳ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ମାଆଙ୍କ ବଡ଼ପଣ୍ଡା, ପରିଚ୍ଛା ଙ୍କ ସମେତ ସମସ୍ତ ପଣ୍ଡା ସେବକ , ସାରଳାମନ୍ଦିର ପ୍ରଶାସନ, ଝଙ୍କଡ଼ଅଞ୍ଚଳର ସମସ୍ତ ଅଧିବାସୀ ଙ୍କ ସମେତ ସମସ୍ତ ସ୍ରଧାଲୁ ଭକ୍ତ ଓ ଶ୍ରଦ୍ଧାଳୁଭକ୍ତ ଓ ଭଗବତ୍ ପ୍ରେମୀମାନେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି କୁ ସ୍ଵୀକୃତି ପ୍ରଦାନ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



