କାରାଖେଣ୍ଡରା ସରପଞ୍ଚ ସୁବାସଙ୍କୁ ଅଯୋଗ୍ୟ ଘୋଷିତ କଲେ ନ୍ୟାୟାଳୟ, କାହ୍ନୁ କହିଲେ ଏହା ଧର୍ମର ଜୟ।
ବିଗତ ପଞ୍ଚାୟତ ନିର୍ବାଚନ ରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା କାରାଖେନ୍ଦ୍ରା ପଞ୍ଚାୟତର ବିଜୟୀ ସରପଞ୍ଚ ପ୍ରାଥୀ ସୁବାସ ସିତାରୀଙ୍କୁ ଓଡିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ବାଚନ ସମୟରେ ଅଧିକାରୀଙ୍କ ପାଖରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ସରପଞ୍ଚ ପଦବୀରୁ ଅଯୋଗ୍ୟ ଘୋଷିତ କରିବା ପରେ ଅଳ୍ପ କେଇଖଣ୍ଡ ଭୋଟ ରେ ପରାଜିତ ହୋଇଥିବା ପ୍ରାର୍ଥୀ କାହ୍ନୁ ମୁଣ୍ଡା କହିଛନ୍ତି ଏହା ଧର୍ମର ଜୟ ହୋଇଛି । ନିର୍ବାଚନ ବେଳେ କାହ୍ନୁ ମୁଣ୍ଡା ଜାଣିବାକୁ ପାଇଥିଲେ କି ବିଜୟୀ ପ୍ରାଥି ସୁବାସ ସିତାରି ଚାରୋଟି ସନ୍ତାନଙ୍କ ଜନକ ଯାହାକୁ ନେଇ ପରବର୍ତ୍ତୀ ସମୟରେ ବିଜୟୀ ସରପଞ୍ଚ ସୁବାଷଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଏବଂ ପରେ ଓଡିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦ୍ବାରସ୍ଥ ହୋଇଥିଲେ, ତେବେ ଅଯୋଗ୍ୟ ଘୋଷିତ ସରପଞ୍ଚ ଙ୍କୁ ଏ ବିଷୟକୁ ନେଇ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଆସନ୍ତୁ ଶୁଣିବା କଣ କହୁଛନ୍ତି କାହ୍ନୁ ମୁଣ୍ଡା
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

