ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅସହାୟ ବିଧବା ମହିଳାଙ୍କୁ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ
ଢେଙ୍କାନାଳ ତା ୦୪.୧୦୨୦୩
ଗନ୍ଦିଆ ବ୍ଲକ ଅନ୍ତର୍ଗତ ଯୋରନ୍ଦାସ୍ଥିତ ଆତିଣ୍ଡା ଗ୍ରାମର ଅସହାୟ ବିଧବା ଅଶାନ୍ତି ବେହେରାଙ୍କୁ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଶାନ୍ତିଙ୍କ ସ୍ଵାମୀ ହେମନ୍ତ ବେହେରା ଗତ ବର୍ଷ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇ ମୃତ୍ୟୁ ବରଣ କରିଥିଲେ । ଅସହାୟ ଅଶାନ୍ତିଙ୍କର ଏକ ଦୁଇ ବର୍ଷିୟା କନ୍ୟା ସନ୍ତାନ ଅଛି । ନିଜ ସହିତ ଝିଅର ଭରଣ ପୋଷଣ ନିମନ୍ତେ ସହାୟତା ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ତାଙ୍କର ଅସହାୟତାକୁ ଦୃଷ୍ଟିରେ ରଖ୍ ଜିଲ୍ଲାପାଳ ଆଜି ତାଙ୍କର ଭରଣ ପୋଷଣ ନିମନ୍ତେ ସହାୟତା ପ୍ରଦାନ ସ୍ବରୂପ ୩ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

