ଆପ୍ ପକ୍ଷରୁ ଶହୀଦ ବାଜିରାଉତଙ୍କ ଜନ୍ମ ବାର୍ଷିକୀ ଏବଂ କ୍ରାନ୍ତିକାରୀ ପ୍ରଶାନ୍ତ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ
ଢ଼େଙ୍କାନାଳ : ଆମ୍ ଆଦମୀ ପାର୍ଟି ପକ୍ଷରୁ ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଜନ୍ମ ବାର୍ଷିକୀ ଏବଂ କ୍ରାନ୍ତିକାରୀ ପ୍ରଶାନ୍ତ ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ସକାଳ ୯ ଟା ସମୟରେ ବାଜିଚୌକ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦେଶରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଚାଲିଥିବା ଲଢେଇରେ ସାମିଲ ହେବାପାଇଁ ଆହ୍ୱାନ ଦେଇଥିଲେ l ପରେ ସ୍ଥାନୀୟ ଟାଉନ ହଲ ଠାରେ ବାଜିରାଉତଙ୍କ ଜୀବନୀ ଆଲୋଚନା ଚକ୍ରରେ ଭାଗ ନେଇଥିଲେ l ଦିନ ଗୋଟାକ ବେଳେ ଏକ ପ୍ରେସ ବିବୃତିରେ କେନ୍ଦ୍ର ବିଜେପି ସରକାରଙ୍କ ଆପ୍ ବିରୁଦ୍ଧରେ ଚକ୍ରାନ୍ତ କରି ରାଜ୍ୟସଭା ସାଂସଦ ଶ୍ରୀ ସଞ୍ଜୟ ସିଂ ଙ୍କୁ ଗିରଫ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ l ଇଡ଼ି ଓ ସିବିଆଇକୁ ବ୍ୟବହାର କରି ବିଜେପି ସରକାର ଅନ୍ୟ ନେତା ମାନଙ୍କୁ ଭୟଭୀତ କରି ଗିରଫ କରିବା ମାହାଙ୍ଗା ପଡ଼ିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଡାକ୍ତର ପ୍ରମୋଦ ନାୟକ ଯୋଗଦେଇ ଶହୀଦ ବାଜିରାଉତ ଏବଂ କ୍ରାନ୍ତିକାରୀ ନେତା ପ୍ରଶାନ୍ତ ମିଶ୍ରଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ l ଏହି ସଭାରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ବିଭୁରଞ୍ଜନ ସାହୁ ଓ ବିକ୍ରମ ରାଉତ, ଜିଲ୍ଲା ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାୟକ, ଶଙ୍କର୍ଷଣ ଦଳାଇ ଓ ଚିନ୍ମୟ ସେନାପତି, ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ, ପୌରାଞ୍ଚଳ ଅଧ୍ୟକ୍ଷ ପିତାମ୍ବର ସାମନ୍ତରାୟ, ଜିତେନ୍ଦ୍ର ବେହେରା, ସୁବ୍ରତ ମହାକୁଡ଼, ବାବୁଲି ମଲିକ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଜିଲ୍ଲା ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

