ସାଇବର କ୍ରାଇମ ରୁ ଦୂରେଇ ରହିବାକୁ ବଡବିଲ ପୋଲିସ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ରେ ବଡବିଲ ପୋଲିସ୍ ପକ୍ଷରୁ ସାଇବର ଠକେଇ ଠାରୁ କିପରି ନିଜକୁ ଦୂରେଇ ରଖିବା ସେ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରଥମେ ବଡବିଲ ମହାବିଦ୍ୟାଳୟ ରେ ଅଧକ୍ଷ ବନମାଳୀ ଜେନାଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଆୟୋଜନ ହୋଇଥିବା ବେଳେ ବଡବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ଡିଏସ୍ପି ସମ୍ବିତ ମହାନ୍ତି, କିପରି ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରଖିବା ସେ ଉପରେ ନିଜ ନିଜର ମହତ୍ୱ ପୂର୍ଣ୍ଣ ଉପଦେଶ ଦେବାସହ ସୁରକ୍ଷିତ ରହିବାର ଉପାୟ ସମ୍ପର୍କରେ କହିଥିଲେ। ପରବର୍ତ୍ତୀ ସମୟରେ ବଡବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ବଡବିଲ ବିକାଶ ମହଲ ଠାରେ ଏକ ସଭାରେ ଉପସ୍ଥିତଜନସାଧାରଣଙ୍କୁ ସାଇବର ଠକେଇ ରୁ ସୁରକ୍ଷିତ ରହିବାକୁ ମହତ୍ୱ ପୂର୍ଣ୍ଣ ଉପଦେଶ ଦେଇଥିଲେ ଏହି ଅବସରରେ ଜନସାଧାରଣ ଙ୍କ ଗହଣରେ ବଡବିଲ ପୌରାଧକ୍ଷ ଶ୍ରୀ ଲକ୍ଷ୍ମଣ ମହାନ୍ତ ଉପସ୍ଥିତ ରହି ନିଜର ମତ ରଖିବା ସହ ସେ ତାଙ୍କର ମହତ୍ୱ ପୂର୍ଣ୍ଣ ଉପଦେଶ ଦେଇଥିଲେ ଏବଂ ପରେ ଭଦ୍ରାସାହି ଠାରେ ମଧ୍ଯ ସାଇବର କ୍ରାଇମ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍




