ଶିକ୍ଷକ ସମାଜର ମାର୍ଗଦର୍ଶକ ତାଙ୍କର ବିକଳ୍ପ ନାହିଁ .
.. ଆଦର୍ଶ ଶିକ୍ଷକ ସବୁ ବେଳେ ପୂଜନୀୟ। ବାଣ ବାଜାରେ ଗାଁ ଦାଣ୍ଡ କମ୍ପୁଛି। ବରଯାତ୍ରୀ ରୋଷଣୀ ମେଢ଼ ଯାତ୍ରାର ଭ୍ରମ ସୃଷ୍ଟି କରୁଛି ହେଲେ କଥାଟା ଅଲଗା। ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଗାଁ ସ୍କୁଲ ସରାସପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ସାର୍ ଅବସର ନେଉଛନ୍ତି। ୧୩ ବର୍ଷ ଧରି ଏହି ସ୍କୁଲରେ ଥିଲେ ଛାତ୍ରଛାତ୍ରୀଙ୍କୁ ପୁଅଝିଅ ପରି ଦେଖୁ ଥିଲେ ଏବେ ସବୁ ତାଙ୍କୁ ଝୁରି ହେଉଛନ୍ତି। ସାର୍ ଦିନରାତି ଏକ କରି ପିଲାଙ୍କ ଲାଗି ଥିଲେ ଏବେ ଅବସର ପରେ ଟିକେ ରେଷ୍ଟ କରିବେ ବୋଲି ଏହି ସରକାରୀ ଅବସର। ତେବେ ରମେଶ ସାର୍ ସବୁ ବେଳେ ଚଳଚଞ୍ଚଳ ରହି ଅବସର ପରେ ମାର୍ଗଦର୍ଶନ କରିବେ। ଅବସର ଦିନ ବୋଲି ଏତେ ବର୍ଷ ପିଲାଙ୍କ ସ୍ନେହ ମମତା ଡୋରିରେ ସାର୍ ବାନ୍ଧି ହୋଇ ଥିଲେ କାଲି ଠାରୁ ଆଉ ପଢେଇବେନି ତେଣୁ ସାର୍ ଟିକେ ବିଚଳିତ ହେଉଥିଲେ। ହେଲେ ସ୍କୁଲରେ ପିଲାମାନଙ୍କ ସହ ପୁରାତନ ଛାତ୍ର ଓ ଗ୍ରାମବାସୀମାନେ ଅଲଗା ନିଆରା କିଛି ଯୋଜନା କରି ରମେଶ ସାରଙ୍କୁ ଉଚ୍ଛୋସିତ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ବିଦାୟକାଳୀନ ଅବସର ସଭା ପରେ ଗାଁରେ ସାରଙ୍କୁ ଫୁଲମାଳ ଦେଇ ବାଣ ବାଜା ବଜାଇ ଶୋଭାଯାତ୍ରାରେ ନିଆ ଯାଇଥିଲା। ଏହି ଘଟଣାରୁ ରମେଶ ସାରଙ୍କ ଲୋକପ୍ରିୟତା ଜଣା ପଡ଼ୁଛି ଶିକ୍ଷକ ସମାଜ ପ୍ରତି ଲୋକଙ୍କ ଆଭିମୁଖ୍ୟ ମଧ୍ୟ। ଏଭଳି ସମ୍ୱର୍ଦ୍ଧନା ଦେଖି ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ ସାର୍ ଖୁସି ହୋଇ ପୂର୍ବତନ ଓ ଏବର ଛାତ୍ରଛାତ୍ରୀଙ୍କୁ ଆର୍ଶୀବାଦ ପ୍ରଦାନ କରି ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




