ବରଗଡ ଜିଲ୍ଲା ଅତାବିରା ଏନ୍ଏସି ୱାର୍ଡ :-୩ ରେ ଗୁରୁବାର ଦିନ ଠାରୁ ୨୪ପ୍ରହରୀ ନାମଯଜ୍ଞ ପାଇଁ ଗାଁରେ ଥିବା ମହାଦେବ ମନ୍ଦିର ନିକଟସ୍ଥ ଭାଲୁକଣ୍ଟା ହୁଡ଼ାରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା କର୍ତ୍ତା ଓ ମହିଳା ଭକ୍ତ ମାନଙ୍କ ଦ୍ଵାରା ହରିବୋଲ,ହୁଳହୁଳି ଓ ମାଙ୍ଗଳିକ ବାଦ୍ୟର ତାଲେ ତାଳେ ୧୦୮ ଜଳପୂର୍ଣ୍ଣ କଳସ ମୁଣ୍ଡାଇ ଗ୍ରାମ ପରିକ୍ରମା ସହ ଯଜ୍ଞ ମଣ୍ଡପ ରେ ସ୍ଥାପନ ପୂର୍ବକ”ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ,ହରେ ରାମ ହରେ ରାମ ରାମ ରାମ ହରେ ହରେ “ଜପ ସହ ନାମ ଧରା ଆରମ୍ଭ ହୋଇଯାଇଛି।ପ୍ରତ୍ୟହ ଆଖପାଖ ଗାଆଁ ମାନଙ୍କରୁ ସଙ୍କୀର୍ତ୍ତନ ସହ ଯୋଗୀ ଦଳ ଗୁରୁବାର ସନ୍ଧ୍ୟାରେ ସରଣ୍ଡା,ଭୋଇପାଲି,ବାବୁବନ୍ଦ ମହିଳା କୀର୍ତ୍ତନ,ଶୁକ୍ରବାର ଦିନ ଖଲିଆ ପାଲି ଦଳ ଯୋଗ ଦେଇଥିବା ବେଳେ ଆଜି ସନ୍ଧ୍ୟାରେ ଅତାବିରା,ଲାଦର୍ ପାଲି, କାଣ୍ଡପାଲି,ରେଙ୍ଗାଲି ପାଲି,ଭୋଇ ପୁରା,ପ୍ରଧାନଟିକ୍ରା,ପରମାଣ ପୁର କୃଷ୍ଣ ଗୁରୁ,ମହନ ଟିକ୍ରା ସଙ୍କୀର୍ତ୍ତନ ଦଳ ଯୋଗ ଦେବାକୁ ଥିବା ବେଳେ ପୂର୍ଣ୍ଣାହୁତି ଦିବସରେ ହିର୍ଲି ପାଲି ସଂହରାପରା,ଲହଣ୍ଡା ଗୁଡ଼ି ପଡାରୁ ସହଯୋଗୀ ଦଳ ଯୋଗ ଦେବେ ବୋଲି ଗ୍ରାମବାସୀ ଙ୍କ ପକ୍ଷରୁ ଜଣା ପଡ଼ିଛି।ଏହି ଅବସର ରେ କର୍ତ୍ତା ଭାବରେ ସପତ୍ନିକ ଲେଶଦେବ ପ୍ରଧାନ ଓ ବାରୁଣୀ ପ୍ରଧାନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇ ବାକୁ ଥିବାବେଳେ ପଣ୍ଡିତ ସଞ୍ଜୟ ଦାଶ ବ୍ରହ୍ମା ବରଣ ହୋଇଛନ୍ତି। ପୂଜାରେ ସହଯୋଗୀ ଭାବରେ ପିଣ୍ଟୁ ମହାପାତ୍ର ଓ ଗାଁ ମହାଦେବ ମନ୍ଦିର ପୂଜକ ଗୌରୀ ମହାପାତ୍ର ରହିଛନ୍ତି।ଏଥିରେ ଭାଲୁପାଳି ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ସହ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ସକ୍ରିୟ ସହଯୋଗ ରହିଥିଲା। ବରଗଡ଼ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
July 3, 2026/
No Comments



