କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ୱାର୍ଡ ନମ୍ୱର୍ 15ସ୍ଥିତ ହୋଟେଲ ଲକିଇଣ୍ଡିଆ ରୁ ଉକ୍ତ ଲକିଇଣ୍ଡିଆ ହୋଟେଲ ରେ କାର୍ଯ୍ୟରତ ଏକ କର୍ମଚାରୀ ର ମୃତ ଦେହ ଉଦ୍ଧାର। ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟା ସମୟରେ ଉକ୍ତ ଲକିଇଣ୍ଡିଆ ହୋଟେଲ ର ଜଣେ ପବିତ୍ର ନାମକ କର୍ମଚାରୀ ର ସନ୍ଧ୍ୟା ସମୟରେ ଡ୍ୟୁଟି ଥିଲା, ସେ ଡ୍ୟୁଟି କୁ n ଆସିବାରୁ ତାକୁ ହୋଟେଲ କତୃପକ୍ଷ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତା ଫୋନ୍ ସ୍ୱିଚଅଫ ଆସିବାରୁ, ଲକି ଇଣ୍ଡିଆ ହୋଟେଲ କର୍ମଚାରୀ ପବିତ୍ର ରୁମ୍ କବାଟ ବାଡେଇ ଥିଲେ ଏବଂ ପରେ କୌଣସି ପ୍ରକାରେ କବାଟ ଖୋଲି ଦେଖିଲେ କି ପବିତ୍ର ଏକ ପ୍ଲାଷ୍ଟିକ ଦୌଡି ସାହାଯ୍ୟରେ ପଂଖାରେ ଝୁଲୁଥିବା ଦେଖିଥିଲେ। ଲକି ଇଣ୍ଡିଆ ହୋଟେଲ ପକ୍ଷରୁ ବଡବିଲ ପୋଲିସ୍ କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ବଡବିଲ ଥାନାଧିକାରୀ ରମାକାନ୍ତ ମୁଦୁଲି ସଦଳବଳେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ୍ କୁ ଖବର ଦେଇଥିଲେ । କେନ୍ଦୁଝର ସଦର ମହକୁମାରୁ ଆଜି ସାଇଣ୍ଟିଫିକ ଦଳ ଆଜି ଆସି ପହଞ୍ଚିବା ପରେ ମୃତ ଯୁବକର ଶରୀରକୁ ଓହ୍ଲାହିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ବଡବିଲ ପୋଲିସ୍। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଔରଙ୍ଗାବାଦ୍ ର ଧୀରେନ୍ଦ୍ର ଦାସ ଙ୍କ ପୁଅ ପବିତ୍ର ଦାସ ଓରଫ୍ (ବାବୁନା) ଓ ତାଙ୍କ ବୟସ ପାଖାପାଖି ବାଇସ ବର୍ଷ ବୋଲି ସୂଚନା, ସେ ଗତ ୨୮ତାରିଖ ଦିନ ବଡବିଲ ସ୍ଥିତ ହୋଟେଲ ଲକିଇଣ୍ଡିଆ କାର୍ଯ୍ୟ କରିବାକୁ ଆସିଥିବା ତାଙ୍କ ଘର ଲୋକଙ୍କ ଠାରୁ ସୂଚନା ମିଳିଛି, ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡିବ ବୋଲି ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍




