ବାତ୍ୟା ‘ଦାନା’ କୁ ନେଇ ଚୌଦ୍ଵାର କଟକ ର ବିଧାୟକ ଙ୍କ ପକ୍ଷ ରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାତ୍ୟା ‘ଦାନା’ କୁ ନେଇ ଚୌଦ୍ଵାର କଟକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ଵାଳ ଙ୍କ ପକ୍ଷ ରୁ ପ୍ରସ୍ତୁତି ବୈଠକ ଆର.ଆଣ୍ଡ.ବି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମାନ୍ୟବର ବିଧାୟକ ଅଂଚଳବାସୀଙ୍କୁ ଭୟଭୀତ ନ ହେବା ସହିତ ସଜାଗ ରହିବା ଓ ନିରାପଦ ରୁହନ୍ତୁ ଭଳି ପରାମର୍ଶ ଦେଇଥିଲେ । ସମସ୍ତ ୱାର୍ଡ ଏବଂ ପଂଚାୟତ ରେ ନିରାପଦ ର ବ୍ୟବସ୍ଥା କରାଯାଇଥିବା ବେଳେ ଜନସାଧାରଣଙ୍କର କିଛି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ବକ୍ତବ୍ୟ ପ୍ରଦାନ କରିବା ସହିତ ପ୍ରତ୍ୟେକ ଙ୍କ ଜୀବନ ମୂଲ୍ୟବାନ ଅଟେ ବୋଲି କହିଥିଲେ । ପୂର୍ବରୁ ଯେପରି ସମସ୍ତେ ଏକାଠି ଥିଲେ ଠିକ୍ ସେହିପରି ଏଥର ମଧ୍ୟ ବାତ୍ୟାର ସଫଳ ମୁକାବିଲା କରିପାରିବା ବୋଲି ଦୃଢ଼ ବିଶ୍ୱାସ ରଖିଛନ୍ତି ବୋଲି କହି ରଖିଥିଲେ। ଚୌଦ୍ୱାର ଅଂଚଳ ର ଆଇ.ଟି.ଟି କଲେଜ ରେ ୨୭୪ ଜଣ ଲୋକ ଏବଂ ମୁନିସିପାଲିଟି ହାଇସ୍କୁଲ ରେ ୭୨ ଜଣ ଆଶ୍ରୟ ନେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଚୌଦ୍ଵାର କଟକ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ , ଚୌଦ୍ଵାର ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବରିଷ୍ଠ ବିଜେଡି ନେତା ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଧନେଶ୍ୱର ଜେଠୀ, ପାରିଷଦ ସୁବ୍ରତ ସାମଲ,ଆଶୁତୋଷ ଦାସ, କାର୍ଯ୍ୟକାରୀ ସଭାପତି ବିମଲ କୁମାର ବେଉରା, କବିତାରାଣୀ ଲେଙ୍କା,ସବିତା ମହାଳୀ, ବିଜୟଲକ୍ଷ୍ମୀ ସାହୁ, ସୁଜାତା ସାହୁ, କଳ୍ପନା ନାୟକ, ଅଜୟ ବେହେରା ଓ ଯୁବ ଛାତ୍ର ନେତା ଉପସ୍ଥିତ ରହିଥିଲେ।ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀୟୁଜ।



