ଢେଙ୍କାନାଳ: ପୌର ଅଞ୍ଚଳ ୯ନମ୍ବର ୱାର୍ଡ଼ର ବନମାଳି ପ୍ରସାଦ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ।ମଣ୍ଡପ ରେ ୧୧ ଦିନ ଧରି ଚାଲିବ ମାଙ୍କ ପୂଜା। ସକାଳୁ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ପ୍ରତେକ ଦିନ ସକାଳୁ କଳସ ପୂଜା, ମଣ୍ଡଳ ପୂଜା, ଧରିତ୍ରୀ ପୂଜା,ଶୋଳଷ ପୂଜା ସହ ଯଜ୍ଞ୍ୟ ଅନୁଷ୍ଠିତ ହେଉଛି। ବିଭିନ୍ନ ପ୍ରକାରର ଭୋଗ, ମଧ୍ୟାହ୍ନ ରେ ଅନ୍ନ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ଧୂପ ପରେ ମଣ୍ଡପ ରେ ପହଡ଼ ପଡ଼ିବ। ଆଜି ନବମ ଦିବସରେ ଗୁରୁବାର ରେ ଅନ୍ନ ପ୍ରସାଦ ଲାଗି ହୋଇଛି। ମିଠା ଅନ୍ନ, ମିକ୍ସ ଭେଜ୍, ଆମ୍ବୁଲ ,ଶାଗ, କ୍ଷୀରୀ ଲାଗି ହୋଇଥିଲା। ପ୍ରାୟ ୩୦୦୦ ଭକ୍ତ ପ୍ରସାଦ ସେବନ କରିଥିଲେ।ପୂଜକ ସନ୍ତୋଷ ମିଶ୍ର, କର୍ତ୍ତା ପ୍ରେମାନନ୍ଦ ଖଟୁଆ,ସଭାପତି ହିମାଂଶୁ ରାଉତ, ସମ୍ପାଦକ ସୁର୍ଯ୍ୟ ମଣି ରାଉତ,ଉପ ସଭାପତି ଦିବ୍ୟରଞ୍ଜନ ଜେନା, କୋଷାଧ୍ୟକ୍ଷ ଅମୂଲ୍ୟ ସାହୁ ଓ ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତି ରେ ମା’ଙ୍କ ପ୍ରସାଦ ସେବନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।



