ମା ଶ୍ମଶାନସ୍ୱରିଙ୍କ ପୀଠରେ ପୂର୍ଣ୍ଣାହୁତି ଯଜ୍ଞ
ଚଳିତ କାର୍ତ୍ତିକ ମାସ ତା ୨୯.୧୦.୨୦୨୪ ଠାରୁ ତା ୧.୧୧.୨୦୨୪ ତାରିଖ ପର୍ଯ୍ୟନ୍ତ ଚିରୁଲେଇ ଗ୍ରାମ, କାବେରା ପଞ୍ଚାୟତ, ଗଁଦିଆ ବ୍ଲକ ଜିଲ୍ଲା ଢେ଼ଙ୍କାନାଳ ଠାରେ ମା ଶ୍ମଶାନସ୍ୱରୀଙ୍କର ମହା ଆଡ଼ମ୍ବର ସହକ।ରରେ ଘୃତ ଯଜ୍ଞ ୪ ଦିନ ଧରି ପାଳିତ ହୋଇଯାଇଛି । ଏହି ଯଜ୍ଞ ପୂଜା ଅବସରରେ ଜିଲ୍ଲା ବାହାରୁ ଏବଂ ଚିରୁଲେଇ ଆଖପାଖ ପୋଡସି ମୌଜା ଲୋକମାନେ ଏବଂ ସାଧୁ ସନ୍ଥ ଓ ଭକ୍ତ ସହ ସହ ସଂଖ୍ୟାରେ ଯୋଗଦାନ କରି ମାଙ୍କର ଆଶୀର୍ବାଦ କୃପା ଲାଭ କରିଥିଲେ ଉଁ। ପ୍ରକାଶ ଥାଉ କି ୨୦୦୬, କାର୍ତ୍ତିକ ମାସରେ ମାଙ୍କର ସ୍ୱପ୍ନାଦେଶ ଫଳରେ ଚିରୁଳେଇ ଗ୍ରାମ ଶ୍ମଶାନ ଠାରେ ଏକ କେନ୍ଦୁ ଗଛ, ବେଲଗଛ, ଏବଂ ନିମ୍ବ ଗଛ ମୂଳରେ ମାଙ୍କର ପ୍ରତିମୂର୍ତ୍ତି ଦର୍ଶନ ଆବିର୍ଭାବ ଦେଖିବାକୁ ପାଇଥିଲେ । ସେହି ୨୦୦୬ ମସିହା ଠାରୁ ପୂଜକ ଭାବେ ଶ୍ରୀ ଭାବଗ୍ରାହୀ ଦାଶ ମା ଶ୍ମଶାନସ୍ୱରୀଙ୍କୁ ପୂଜା କରିଆସୁଛନ୍ତି । ଗଛମୂଳ ମୁକ ସାକ୍ଷୀ ହୋଇ ଅଛନ୍ତି । ଚାଳ ଘର ଠାରୁ ମାଙ୍କର ବର୍ତ୍ତମାନ କୋଠା ଘର ହୋଇଅଛି । ମାଙ୍କର କୃପା ଆଶୀର୍ବାଦରୁ ଭକ୍ତ ମାନଙ୍କର ସମସ୍ତ ଦୁଃଖ, ରୋଗ, ଅନ୍ୟାନ୍ୟ ସମସ୍ୟା ଦୂରୀଭୂତ ହୋଇପାରୁଛି । ମାସର ପ୍ରତି ସଂକରାନ୍ତି ଏବଂ ଶନିବାର ଦିନ ମାଙ୍କର ଆଶୀର୍ବାଦ ନେବାକୁ ଦୂର ଦୁର।ନ୍ତରୁ ଏବଂ ଗ୍ରାମରୁ ଭକ୍ତମାନେ ସହ ସହ ସଂଖ୍ୟାରେ ଆସନ୍ତି । ବର୍ତ୍ତମାନ ଶ୍ମଶାନସ୍ୱରୀ ପୀଠ ଚିରୁଲେ଼ଇ ଜିଲ୍ଲା ଢେଙ୍କାନାଳ ନାମରେ ଖ୍ୟାତି ଲାଭ କରିଅଛି। ଏହି ମା ଙ୍କ ପୀଠରେ ଶ୍ମଶାନଶ୍ୱର ମହାଦେବ ( କନକେଶ୍ୱର) , ଶ୍ରୀ ଜଗନ୍ନାଥ, ମା ହିଙ୍ଗୁଳା, ମଙ୍ଗଳା, ଅଭିରାମ ପରମହଂସ ଦେବ, ହନୁମାନ ବଜରଙ୍ଗି ଏବଂ ଅନ୍ୟାନ୍ୟ ଦେବ।ଦେବୀ ପୂଜା ପାଉଛନ୍ତି । ଦୀପାବଳି କାଳୀପୂଜା ଅବସରରେ ଆସନ୍ତା ୩୦,୩୧ ରିଖ ଦିନ ମାଙ୍କ ସୂର୍ଯ୍ୟ ପୂଜା, କଳସ ଯାତ୍ରା, ଦେବିଅଧିବ।ସ ଓ ଦେବୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିନିମିତ ସମସ୍ତ ଭକ୍ତ ମାନଙ୍କୁ ମା ଙ୍କର ଆଶୀର୍ବାଦ କୃପା ପାଇବା ପାଇଁ ଚିରୁଲେଇ ଗ୍ରାମ ତରଫରୁ ପୂଜକ ଭାବଗ୍ରାହୀ ଦାଶ ଏବଂ ଗ୍ରାମବାସୀ ନିବେଦନ କରିଥିଲେ । ଯଜ୍ଞର ପ୍ରତ୍ୟେକ ସନ୍ଧ୍ୟା ସମୟରେ ଆଖ ପାଖ ଗ୍ରାମର ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ନାମ ସଙ୍କୀର୍ତ୍ତନ କରାଯାଇଥିଲା । ଆଜି ମାଙ୍କ ପୀଠରେ ସହ ସହ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ଦୈବୀ ରୀତି ନୀତି ରେ ୪ ଦିନ ଧରି ହେଉଥିବା ଘୃତ ଯଜ୍ଞ ର ପୂର୍ଣ୍ଣାହୁତି ହୋଇଅଛି ।



