କାନାଡାରେ ଅସୁରକ୍ଷିତ ଭାରତୀୟ: ହିନ୍ଦୁ ମନ୍ଦିର ଓ ଭକ୍ତଙ୍କୁ ଖଲିସ୍ତାନୀଙ୍କ ଆକ୍ରମଣ
ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ। ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କଲେ ଖଲିସ୍ତାନ ସମର୍ଥକ। ଏଠାରେ ଏକ ହିନ୍ଦୁ ମନ୍ଦିର ଏବଂ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆଟାକ୍ କରିଛନ୍ତି ଖଲିସ୍ତାନୀ। ହିନ୍ଦୁ ଫୋରମ୍ କାନାଡା ଏହି ଘଟଣାର ଏକ ଭିଡିଓ ଏହାର ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛି, ଯେଉଁଥିରେ ଖଲିସ୍ତାନୀଙ୍କ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ହଙ୍ଗାମା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ବାଡ଼ିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେୟାର ହୋଇଥିବା ଭିଡିଓରେ ଖାଲିସ୍ତାନୀଙ୍କ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ପଶି ହଙ୍ଗାମା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଏକ ଲାଠିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ସେପଟେ ମନ୍ଦିର ଭିତରେ ହୋଇଥିବା ଏହି ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓ ସାଂସଦ କଡ଼ା ନିନ୍ଦା କରିଛନ୍ତି।ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି, ‘ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ, କାନାଡାରେ ସମସ୍ତଙ୍କର ନିଜର ଧର୍ମ ପାଳନ କରିବାର ଅଧିକାର ରହିଛି।’ ହିନ୍ଦୁ ଫୋରମ୍ କାନାଡା ଏହି ଭିଡିଓକୁ X ରେ ପୋଷ୍ଟ କରି ଲେଖିଛି, ‘ବହୁତ ବ୍ୟସ୍ତ କରିବା ଭଳି ଚିତ୍ର । ଖଲିସ୍ତାନୀମାନେ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ । ପୋଷ୍ଟରେ HFC ବ୍ରମ୍ପଟନ୍ ମେୟର ପାଟ୍ରିକ୍ ବ୍ରାଉନ୍, ସ୍ଥାନୀୟ ପୋଲିସ୍, ଅନଟାରିଓ ପ୍ରିମିୟର ଡଗ୍ ଫୋର୍ଡ ଏବଂ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଟ୍ରୁଡୋ ପ୍ରଶାସନ ସମୟରେ ଭାରତ କାନାଡାର ଖାଲିସ୍ତାନୀମାନଙ୍କୁ ସୁରକ୍ଷା ପ୍ରସଙ୍ଗ ଜାରି ରଖିଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


