ଚମ୍ପୁଆଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ବାଇକ୍ ରୁ ପଡି ଜଣେମୃତ ଜଣେ ଗୁରୁତର
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ବାଇକ୍ ରୁ ପଡି ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର କୁ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ରେ ଭର୍ତ୍ତି ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ କାଲି ଅପରାହ୍ନ ରେ କରଞ୍ଜିଆ ପଟୁ ବାଇକ୍ ଯୋଗେ ଦୁଇଜଣ ବ୍ୟକ୍ତି ଫେରୁଥିବା ବେଳେ ଭାରସାମ୍ୟ ହରାଇଵାରୁ ଚମ୍ପୁଆ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ଦୁର୍ଘଟଣା ପରେ ଦୁଇ ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ମାନେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଜଣକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ଚମ୍ପୁଆ ପୋଲିସ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



