ନୁଆଦିଲ୍ଲୀ: କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଛନ୍ତି। କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବା ପାଇଁ ଏହା ଏକ ଚକ୍ରାନ୍ତ । ଏପରି ଆକ୍ରମଣ ଭୀରୁଙ୍କ ସହ ସମାନ ବୋଲି ସେ କହିଛନ୍ତି।
କାନାଡାରେ ଥିବା ହିନ୍ଦୁଙ୍କ ଧର୍ମାନୁଷ୍ଠାନରେ ପଶି ଶ୍ରଦ୍ଧାଳୁଙ୍କୁ ଖଲିସ୍ତାନୀମାନେ ଆକ୍ରମଣ କରିବାର ଭିଡିଓ ଭାଇରାଲ ହେଉଛି। ହାତରେ ହଳଦିଆ ରଙ୍ଗର ପତାକା ଧରି କିଛି ଲୋକ ମନ୍ଦିର ପରିସରରେ ପଶି ଗଣ୍ଡଗୋଳ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଗୋଟିଏ ଲାଠିରେ ଆକ୍ରମଣ କରୁଥିବାର ଭିଡିଓ ସାମନାକୁ ଆସିଥିଲା।ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଲେଖିଛନ୍ତି, କାନାଡାରେ ଥିବା ଗୋଟିଏ ହିନ୍ଦୁ ମନ୍ଦିରରେ ଜାଣିଶୁଣି କରାଯାଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି। ଏହା ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ଏକ ଚକ୍ରାନ୍ତ।ଏପରି ଆକ୍ରମଣ ବା ହିଂସା କେବେ ହେଲେ ଭାରତର ସଂକଳ୍ପକୁ ଦୁର୍ବଳ କରିପାରିବ ନାହିଁ। ଆମର ଆଶା କାନାଡା ସରକାର ନ୍ୟାୟକୁ ନିଶ୍ଚିତ କରିବେ ଓ ଆଇନକୁ କାଏମ ରଖିବେ।’କାନାଡାରେ ଖାଲିସ୍ତାନିଙ୍କ ଆକ୍ରମଣ ବଢି ଚାଲିଛି। ଦିନକୁ ଦିନ ହିନ୍ଦୁମାନଙ୍କୁ କାନାଡାରେ ଟାର୍ଗେଟ କରାଯାଉଥିବା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


