ଦ୍ଵାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ
ଅଦ୍ୟ ତା ୧୧/୧୧/୨୦୨୪ ସୋମବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁକ୍ତ ବଶିଷ୍ଠ ସାହୁଙ୍କ ଅଧ୍ୟକ୍ଷତାରେ ଓ ସହକାରୀ ଶିକ୍ଷକ ସରୋଜ କୁମାର ସାହୁ ପ୍ରତ୍ୟକ୍ଷ ତତ୍ବାବଧାନରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ମୂର୍ତ୍ତିରେ ଧୂପଦୀପ ଦେଇ ମାଲ୍ୟାର୍ପଣ କରାଯାଇଥିଲା । ପ୍ରୀତି ସାହୁ, ଆୟିଶା ନାୟକ,ଦୀପିକା ବାଗ,ଗୌରୀ କର୍ଶାଲ, ଦାମିନି ଭୋଇ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ସହକାରୀ ଶିକ୍ଷକ କ୍ଷୀରୋଦ୍ର ଡନସନା ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ସ୍ବାଧିନ କୁମାର ସାହୁ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ,ସ୍ୱାଧୀନତା ସଂଗ୍ରାମୀ, ଲେଖକ ତଥା ବରିଷ୍ଠ କଂଗ୍ରେସ ନେତା ମୌଲାନା ଅବଦୁଲ କଲାମ ଆଜାଦ ଙ୍କ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ପ୍ରଥମ ଶିକ୍ଷା ମନ୍ତ୍ରୀ ସମୟରେ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନକୁ ଦେଶବ୍ୟାପୀ ୧୯୮୮ମସିହା ନଭେମ୍ବର ୧୧ ତାରିଖକୁ ଜାତୀୟ ଶିକ୍ଷା ଦିବସ ରୁପେ ପାଳିତ ହୋଇଥାଏ । ସ୍ଵାଧୀନୋତ୍ତର ଭାରତରେ ଗ୍ରାମାଞ୍ଚଳର ଗରିବ ଓ ଝିଅ ମାନଙ୍କୁ ଶିକ୍ଷିତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଦିବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସୁରେଶ୍ଵରୀ ସେଠ୍, ନମିତା ବଢେଇ, ପଲ୍ଲବୀ ବଢେଇ, ପାଚିକା ସହାୟିକା ଗୋପିକା ନାଗ, ରେଖା ଛତର, ଡିଲେଶ୍ବରି ଡନସନା ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ମଙ୍ଗଳୁ ମୁଣ୍ଡଚୁଳିଆ ଧନ୍ୟବାଦ ଅର୍ପଣ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


