Bhuବନେଶ୍ୱର, ୧୪/୧୧ : କଟକ ବାଲିଯାତ୍ରାରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବେ । କୌଣସି କାର୍ଯ୍ୟକ୍ରମରେ ଏକ ସଙ୍ଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବା ପ୍ରଥମ । ଉଦଘାଟନୀ ସଂଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ।
ଅତିଥିମାନେ ସିଲଭର ସିଟି ବୋଟ କ୍ଲବଠାରେ ପହଞ୍ଚିବେ । ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡଗଡିଆ ଘାଟ ପର୍ଯ୍ୟନ୍ତ ଯିବେ। ସେଠାରୁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ୍ ପରିଦର୍ଶନ କରିବେ ଏବଂ କଟକ ଇନ୍ କଟକ ବୁଲିବେ । ପରେ ପରେ ଓରମାସ ଯାଇ ସେଠାରେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହା ପରେ ଗଣକବି ବୈଷ୍ଣବ ପାଣି ମଞ୍ଚର ଉଦଘାଟନୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସମସ୍ତ ଗମନାଗମନ ଓ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଅତିଥିମାନଙ୍କୁ ବାଲିଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ମଧ୍ୟ କରାଇବେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


