ଭୂବନେଶ୍ୱର, ୧୪/୧୧ : ଆଜି ହେଉଛି ବିଶ୍ୱ ମଧୁମେହ ଦିବସ । ସାରା ବିଶ୍ୱରେ ଭାରତ ମଧୁମେହ ରୋଗର ଅବାଂଛିତ ରାଜଧାନୀ ଭାବେ ଆଖ୍ୟା ପାଇସାରିଛି । ଏକ ସମୟ ଥିଲା ଯେବେ ମଧୁମେହ କେବଳ ବୟସ୍କ ବ୍ୟକ୍ତି ବିଶେଷ ଙ୍କ ପାଖରେ ଦେଖା ଦେଉଥିଲା ତାହା ଏବେ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଶିଶୁ ଙ୍କ ଠାରେ ମଧ୍ୟ ଦେଖା ଦେଉଛି।ମଧୁମେହ ଏକ ସାଧାରଣ ରକ୍ତରେ ଶର୍କରାର ବୃଦ୍ଧି ଜନିତ ରୋଗ ନୁହେଁ, ଏହି ରୋଗ ଆହୁରି ଭୟଙ୍କର ରୋଗ ଗୁଡିକୁ ସାଥିରେ ନେଇ ଆସିଥାଏ। ଖରାପ ଜୀବନଶୈଳୀ, ବିପର୍ଯ୍ୟସ୍ତ ଦିନଚର୍ଯ୍ୟା, ଶାରୀରିକ ଅଭାବ ଓ ଖରାପ ଖାଦ୍ୟଗ୍ରହଣ ଯୋଗୁଁ ଏହି ରୋଗ ବର୍ତମାନ ତା’ର କାୟାବିସ୍ତାର କରିଚାଲିଛି। ଏହି ରୋଗ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ କୁ ବିଶ୍ୱ ଡାଇବେଟିସ ବା ମଧୁମେହ ରୋଗ ଦିବସ ଭାବେ ପାଳନ କରାଯାଏ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ପାଳନ କରାଯାଏ। ଏହି ଦିନ ମଧୁମେହ ରୋଗର କାରଣ, ନିରାକରଣ ତଥା କିପରି ଏହି ରୋଗଠାରୁ ଦୁରେଇ ରହିବାପାଇଁ ଜୀବନଚର୍ଯା ପାଳନ କରିବା ସେ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଏ।କିପରି ମଧୁମେହ ରୋଗରୁ ଦୂରେଇପାରିବ ଆସନ୍ତୁ ଜାଣିବା…ସୁଷମା ଖାଦ୍ୟ ଖାଆନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ , ଆବଶ୍ୟକ ପଡିଲେ ଓଜନ ହ୍ରାସ କରନ୍ତୁ , ମାନସିକ ଚାପରୁ ମୁକ୍ତ ରୁହନ୍ତୁ , ଡ଼ାକ୍ତରଙ୍କ ନିର୍ଦେଶକ୍ରମେ ଔଷଧ ସେବନ କରନ୍ତୁ , ରକ୍ତ ଶର୍କରାର ନିୟମିତ ଯାଞ୍ଚ କରନ୍ତୁ , ଶର୍କରାଯୁକ୍ତ ପାନୀୟ ଠାରୁ ଦୁରେଇ ରୁହନ୍ତୁ , ଧୂମପାନ ଓ ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ ।

April 18, 2026/
No Comments


