ଭୂବନେଶ୍ୱର, ୧୪/୧୧ : ପ୍ରଥମ ଥର ପାଇଁ ଓଡିଶାରେ ହେବ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ । ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇ ପାରନ୍ତି ।
ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ୟୋଗେଶ ବାହାଦୂର ଖୁରାନିଆ । ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶର ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଆତଙ୍କବାଦୀ, ଅନୁପ୍ରବେଶକାରୀ, ସାଇବର ସିକ୍ୟୁରିଟି, ଆଇନଶୃଙ୍ଖଳା, ନକ୍ସଲ ଆଦି ମୁଖ୍ୟ ପ୍ରସଙ୍ଗ ହେବ ।



