ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଧରଣର ଆୟକର ଚଢ଼ାଉ। ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍ ହୋଇଛି। ଅନୁଗୋଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍। ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼। ତାଳଚେର, ଅନୁଗୋଳ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ। ଶକ୍ତି ମଲ୍ଟି ଏୟାର ଲିମୋନେଡ ପ୍ରାଇଭେଟ୍ ଲିମିଟେଡ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଉଛି।ସେହିପରି ପାରଳାଖେମୁଣ୍ଡିରେ ଥିବା ସମୁଦି ଘରେ ବି ଚଢ଼ଉ କରୁଛି ଆୟକର ବିଭାଗ। ଚଢାଉ ବେଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ତାଳଚେରର ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରିଛି ଆଇଟି ଟିମ୍। ଏକାଧିକ ଟିମ୍ କରୁଛନ୍ତି ଚଢ଼ାଉ। ମଦ ବ୍ୟବସାୟୀ ବିକ୍ରମ ସାହୁ ଫେରାର ହୋଇଯାଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


