ନୋ’ ଏଂଟ୍ରି କାହା ସ୍ୱାର୍ଥରେ : ହାତଗୁଞ୍ଜା ଦେଲେ ସବୁମାପ୍ରସ୍ତାରେ ପଡ଼ୁଛି ଧଳା କଉଡ଼ି
ତାଳଚେର, ୩୧/୦୫ ତାଳଚେର ପବିତ୍ର ମୋହନ ଛକ ଠାରୁ ଆରମ୍ଭ କରି ସାପ୍ତାହିକ ଶନିହାଟେ ଦେଇ ହାଣ୍ଡିଧୂଆଁ ଯାଇଥିବା ରାସ୍ତାରେ ଲୋକଙ୍କର ଯାତାୟତର ସୁବିଧା ପାଇଁ ‘ନୋ’ଏଂଟ୍ରି ଲାଗିଥିଲେ ମଧ୍ୟ ଏହି ରାସ୍ତାରେ ଛୋଟରୁ ବଡ଼ଗାଡ଼ି ଦୈନିକ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପୋଲିସ୍ ର କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନ? ଏଠାରେ କୁହାଯାଇପାରେ ଛକ ସ୍ଥାନରେ ଟ୍ରାଫିକ୍ ପୋଲିସ୍ ନିଯୁକ୍ତି ହୋଇଥିଲେ ମଧ୍ୟ ଏହି ମାଟି, ବାଲି ଇତ୍ୟାଦି ଟ୍ରକ ଗୁଡ଼ିକ ଖୋଲାମଖୁଲା ଭାବେ ଯାତାୟତ କରୁଥିବା ଅଭିଯୋଗ ହେଉଛି । ଏପରିକି ସାପ୍ତାହିକ ହାଟକୁ ହଜାର ହଜାର ଲୋକ ନିଜର ସାମଗ୍ରୀ ବିକ୍ରିବଟା ପାଇଁ ଆସିଥାନ୍ତି ଓ ସେହିଦିନ ଉକ୍ତ ରାସ୍ତାଟି ଚଳଚଂଚଳ ହୋଇପଡ଼ିଥିଲେ ମଧ୍ୟ ସେହି ଚଳଚଂଚଳ ଭିତରେ ଦ୍ରୁତଗତିରେ ଅମାନିଅ।।ଭାବେ ଭାରୀଯାନ ଗୁଡ଼ିକ ଯାଉଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ରହୁଥିବା କୁହାଯାଉଛି । ଏଠାରେ ରାସ୍ତା ସାରା ବାଲି ମିଶ୍ରିତ କଉଡ଼ି, ମାଟି, ଗୁଡ଼ି, ପାଉଁଶ ପଡ଼ୁଥିବାରୁ ଲୋକମାନଙ୍କ ଯାତୟତରେ ଘୋର ବାଧାପ୍ରାପ୍ତ ହୋଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠେ ନଦୀଘାଟ ନିଲାମି ହୋଇନଥିବା ବେଳେ କେଉଁପ୍ରକାର ମାଫିଆମାନେ ବାଲି ଚାଲାଣ କରୁଛନ୍ତି ଓ ରାସ୍ତାରେ କିପରି ବିଛାଡ଼ି ହୋଇ ପଡ଼ୁଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଛକ ଠାରୁ ମାତ୍ର ଅଧାକିମି ଦୂରରେ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ରହିଥିଲେ ହେଁ ଏଥିପ୍ରତି ସେମାନଙ୍କର ଦୃଷ୍ଟି ନାହିଁ ନା ଜାଣି ଅଜଣା ଭାବେ କାର୍ଯ୍ୟ କରୁଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଯୋରଧରିଛି । ସେହି ଭଳି ଛୋଟ ଯାନ ଗୁଡ଼ିକରେ ଲୁହା, କାଠ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚୋରା ସାମଗ୍ରୀ ଦ୍ରୁତଗତିରେ ଚଳପ୍ରଚଳ କରୁଥିବା କୁହାଯାଉଛି । ତେବେ ପୋଲିସ୍ ମୂତୟନ ସତ୍ୱେ ନୋ’ଏଂଟ୍ରି ଲାଗିଥିବା ଏହି ରାସ୍ତାରେ କିପରି ଦ୍ରୁତଗତିରେ ଭାରିଯାନ ଗୁଡ଼ିକ ଚଳପ୍ରଚଳ କରୁଛି ଏବଂ ସେଠାରେ ଥିବା ପୋଲିସ୍ କିପରି ଉକ୍ତ ଗାଡ଼ି ଗୁଡ଼ିକୁ ଛାଡ଼ି ଦେଉଛନ୍ତି ଉପରସ୍ଥ ଅଧିକାରୀମାନେ ଏହାର ତଦନ୍ତ କେଉଁ ପରିମାଣରେ କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ଅୁନୁମେୟ । ତେଣୁ ଉପରସ୍ଥ ଅଧିକାରୀଙ୍କ ଜ୍ଞାନ୍ତରେ ହେଉଛି ନା ଅଜ୍ଞାନ୍ତ ହେଉଛି ତାକୁ ନେଇ ଏବେ ଉଠୁଛି ପ୍ରଶ୍ନ?



