ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । “ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ ଦେଉଛନ୍ତି । ଶ୍ରୀମନ୍ଦିରରେ ଆଣ୍ଟି ଡ୍ରୋନ ଟେକନୋଲୋଜି ପ୍ରକ୍ରିୟା ଆରମ୍ଭ କରିଛୁ ଏବଂ ବହୁ ଶୀଘ୍ର ଯୋଜନାର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ”ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଏପଟେ ପହଲଗାମ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉଛି । ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ ସିଷ୍ଟମ ଲଗାଯିବ । ଏହା ଦ୍ୱାରା ଡ୍ରୋନ ଉଡ଼ୁଥିବାର ଦୃଶ୍ୟମାନ ହେଲେ ତାହାକୁ ସହଜରେ ତଳକୁ ଖସାଇ ଦିଆଯାଇପାରିବ । ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଯୋଗାଇବ । ଏ ନେଇ ବିଚାର ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।ସେହିପରି ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ସରକାର । ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆଇନ ବିଭାଗ ଆର୍ଥିକ ସହାୟତା ପ୍ରଦାନ କରିବ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ମିଳିବ । ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

