ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ମହା ଆଡମ୍ବରରେ ଦେବ ଦମ୍ପତି ବିବାହ ସମ୍ପନ୍ନ ହୋଇଛି । ବ୍ରହ୍ମ ମୁହୂର୍ତ୍ତରେ ଦେବ ଦମ୍ପତି ମହାଦେବ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ବେଲପତ୍ର ଓ ପଦ୍ମଫୁଲରେ ହୋଇଛି ହସ୍ତବନ୍ଧନ। ଶୋଭାଯାତ୍ରାରେ ବିଭିନ୍ନ ଯାତ୍ରା କମିଟିର ମହାଦେବ ପାର୍ବତୀଙ୍କ ବାପଘରେ ପହଞ୍ଚିବା ପରେ ବିଧି ଅନୁସାରେ ସମ୍ପନ୍ନ ହୋଇଛି ।
ବ୍ରହ୍ମ ମୂହୁର୍ତ୍ତରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ବର ବାବାଙ୍କ ସମେତ ସବୁ କମିଟିର ବିବାହ କାର୍ଯ୍ୟ ଜାରି ରହିଛି ।ଶୁଭ ଲଗ୍ନରେ କନ୍ୟା ପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡିଛି । ଏବେ ବିବାହ ମଣ୍ଡପରେ ନବ ଦମ୍ପତି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ରାତି ୧୨ଟା ପରେ ମହାଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ । ଦେବଦମ୍ପତିଙ୍କ ନଗର ପରିକ୍ରମା ଆଜି ରାତ୍ରିରୁ ବାହାରି ଆସନ୍ତାକାଲି ଅପରାହ୍ନ ୪ଟା ଯାଏଁ ଚାଲିବ । ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ଭକ୍ତିମୟ ପରିବେଶରେ ପୂରି ଉଠୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ସମ୍ବଲପୁରରେ ଆୟୋଜିତ ଶୀତଳ ଷଷ୍ଠୀ ପର୍ବରେ ସାମିଲ ହୋଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଝାଡୁଆପଡା ପୂଜା କମିଟି ପକ୍ଷରୁ ଆୟୋଜିତ ଶିବ ବିବାହରେ ପହଞ୍ଚିଥିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମଣ୍ଡପରେ ହର ପାର୍ବତୀଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

