ସୁଟିଂ ପାଇଁ ଚୁଟି କାଟି ନଥିଲେ ବାବୁସାନ । ଆଜି ଚୁଟି ପକାଇବା ସହ ଅସ୍ଥି ବିସର୍ଜନ କଲେ ଅଭିନେତା ବାବୁସାନ । ପୁରୀରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ସହ ଶ୍ରାଦ୍ଧ ପ୍ରଦାନ କରିଛନ୍ତି ପୁଅ ବାବୁସାନ l ଆଜି ପୁରୀ ଯାଇ ସ୍ୱର୍ଗଦ୍ଵାର ନିକଟ ସମୁଦ୍ରରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିବା ସହ ଶ୍ରାଦ୍ଧ କର୍ମ କରିଛନ୍ତି ଅଭିନେତା ବାବୁସାନ l ବାବୁସାନଙ୍କ ସହ ସ୍ତ୍ରୀ ତୃପ୍ତି ଏବଂ ମା ଅପରାଜିତା ଉପସ୍ଥିତ ଥିଲେ l
ଉତ୍ତମ ମହାନ୍ତିଙ୍କ ବିୟୋଗ ପରେ ପ୍ରଥମେ ପୁରୀ ଶ୍ବେତଗଙ୍ଗା ପୁଷ୍କରିଣୀରେ ଶ୍ରାଦ୍ଧ ପ୍ରଦାନ ସହ ଅସ୍ଥି ବିସର୍ଜନ କରିଥିଲେ l କିନ୍ତୁ ଫିଲ୍ମର ସୁଟିଂ ଵାକି ଥିବାରୁ ଚୁଟି ପକାଇ ନଥିଲେ ବାବୁସାନ l ଆଜି ବାବୁସାନ ପୁରୀ ବେଳାଭୂମିରେ ଶ୍ରାଦ୍ଧ ପ୍ରଦାନ କରିବା ସହ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି lଆଜି ବାବୁ ଚୁଟି ପକାଇ ଆସିଥିବା ସହ ଫିଲ୍ମ ସୁଟିଂ ବାକି ଥିବାରୁ ଚୁଟି କାଟି ନଥିବା କହୁଛନ୍ତି ବାବୁସାନ l ଖାଲି ସେତିକି ନୁହେଁ ପିତାଙ୍କ ଦେହାନ୍ତ ଏକ ବର୍ଷ ପୁରି ନଥିବା ହେତୁ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିନି ଏଇଠୁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଛି l ଏବେ ଟିକେ ମନ ହାଲୁକା ଲାଗୁଛି । ଆମ ଫିଲ୍ମ ଏବଂ ବାପାଙ୍କ ଉପରେ ମହାପ୍ରଭୁଙ୍କ ଆଶ୍ରିବାଦ ରହିଛି ବୋଲି କହିଛନ୍ତି ବାବୁସାନ l



