ତାଳଚେର ପୌରାଚଂଳର ବିଭିନ୍ନ ସମସ୍ୟା ଉପସ୍ଥାପନା କଲେ ସାଂସଦଙ୍କ ପ୍ରତିନିଧି
ତାଳଚେର, ୦୪/୦୬ ତାଳଚେର ପୌରପରିଷଦ କାଉନସିଲ ପରିଷଦ ଆଜି ଅନୁଷ୍ଠିତ ହୋଇଯାଇଛି । ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅନୁପସ୍ଥିତିରେ ସାଂସଦଙ୍କ ପ୍ରତିନଧି ଭାବେ ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ ତାଳଚେର ପୌରାଚଂଳ ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନା କରିଥିଲେ । ପରିମଳ ବ୍ୟବସ୍ଥା, ରାସ୍ତା, ଡ଼୍ରେନ, ଆଲୋକୀକରଣ, ବସ୍ତିବାସୀନ୍ଦାଙ୍କ ପାଇଁ ସରକାରଙ୍କ ନିୟମ ଅନୁଯାୟୀ ଜାଗା ସହ ଘରର ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଏହାର ସମାଧାନ ଉପରେ ବୈଠକରେ ଆଲୋଚନା କରିଛନ୍ତି । ଢ଼େଙ୍କାନାଳ ସାଂସଦ ପୌରପରିଷଦର ସମସ୍ତ ବିକାଶ ମୂଳକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବାନେଇ ପ୍ରତିଶୃତି ଦେଇଛନ୍ତି ବୋଲି ବୈଠକରେ ପ୍ରକାଶ କରିଥିଲେ । ଏହି ବୈଠକରେ ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ ଓ ସମସ୍ତ କାଉନସିଲମାନେ ଉପସ୍ଥିତ ଥିଲେ । ତେବେ ଶିଳ୍ପନଗରୀ ତାଳଚେର ଭଳି ଏକ ପୌରପାଳିକା ମଧ୍ୟରେ ବହୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଗୁଡ଼ିକ ସମସ୍ୟାର ସମାଧାନ ଦିଗରେ କାହାର ତିଳେମାତ୍ର ଦରଦି ନାହିଁ ବୋଲି ସହରବାସୀ ଏହା ପ୍ରକାଶ କରିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

