ତାଳଚେରରେ ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ଉଦଘାଟିତ
ତାଳଚେର, ୦୪/୦୬ ଲୋକସେବା ଭବନର କନଭେନସନ ସେଂଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକର୍ପଣ ଓ ଶିଳାନ୍ୟାସ ଭିଡ଼ିଓ କନଫ୍ରେନସ୍ ମାଧ୍ୟମରେ ମଙ୍ଗଳବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପରୁ ତାଳଚେର ଠାରେ ସ୍ୱୟଂଚାଳିତ ଯାନ (ଏଡ଼ିଟିଏସ୍) ଲୋକାର୍ପଣ ହୋଇଥିଲା । ଏହା ଦ୍ୱାରା ଡ଼୍ରାଇଭିଙ୍ଗ ଲାଇଲେନ୍ସ ପ୍ରଦାନକୁ ମଣିଷ ମୂଲ୍ୟାୟନରୁ ମୁକ୍ତ କରି ବୈଷୟିକ ଜ୍ଞାନ କୌଶଳରେ ସହାୟତାରେ ସ୍ୱଚ୍ଛ ଓ ପାରଦର୍ଶି କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ । ଅନୁଗୋଳ ଠାରେ ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର (ଏଟିଏସ୍) ଶିଳାନ୍ୟାସ କରିଥିଲେ । ଏହିି ପଦକ୍ଷେପ ଗାଡ଼ିଚାଳକଙ୍କ ଦକ୍ଷତା ବୃଦ୍ଧି କରିବା ସହ ସଡ଼କ ଦୁର୍ଘଟଣା ରୋକିବା କ୍ଷ୍ରେତରେ ସହାୟକ ହେବ ବୋଲି ସେ ଏହା ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ନିୟମ ପାଳନ ନିମନ୍ତେ ଶପଥ ପାଠ କରାଇଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

