ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଯୋଡ଼ା ସହର ମଧ୍ୟରେ ବ୍ୟାଙ୍କ୍ ରୁ ସଶସ୍ତ୍ର ଡକାୟତି

କେନ୍ଦୁଝର ଜିଲ୍ଲାରେ ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଜନଗହଳି ପୂର୍ଣ୍ଣ ଅଞ୍ଚଳ ସହର ମଧ୍ୟରେ ଥିବା ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଲୁଟିନେଲେ ଲକ୍ଷାଧିକ ଟଙ୍କା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯେlଡା ବୈତରଣୀ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିବା ନେଇ ସୂଚନା l

ଆଜି ସକାଳୁ ବ୍ୟାଙ୍କ ଖୋଲୁ ଥିବାବେଳେ ପାଞ୍ଚଜଣ ମୁଖାଧାରି ଦୁବୃର୍ତ୍ତ ମୁହଁରେ କଳା କପଡା ବାନ୍ଧି ବାଇକରେ ଆସି ଲୁଟ୍ କରିଥିବା ନେଇ ସୂଚନା ସୂଚନା l

ଦୁବୃର୍ତ୍ତ ମାନେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ପାଖାପାଖି ଏଗାର ଲକ୍ଷରୁ ଉର୍ଧ ଟଙ୍କା ଓ ସୁନା ଲୁଟ୍ କରି ଫେରାର ହେଇ ଯାଇଥିବା ସୂଚନା l ଖବର ପାଇ ଯେlଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜନ ଗହଳି ପୂର୍ଣ ଅଞ୍ଚଳ ରୁ ଦିନ ଦ୍ବୀପହ ସମୟରେ ଡକାୟତି କରି ପୁଲିସକୁ ଖେlଲା ଚ୍ୟାଲେଞ୍ଚ ଦେଇଛନ୍ତି ଏହି ଡକାୟତମାନେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



