ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପଟି ଦିଅଁ ପୂଜା ପାଇବେ। ବଳରାମ ଙ୍କ ବଦଳ ରେ ବାସୁଦେବ, ଶୁଭଦ୍ରା ଙ୍କ ବଦଳ ରେ ଭୁବନେଶ୍ବରି, କୃଷ୍ଣ ଙ୍କ ବଦଳ ରେ ଅନନ୍ତ ନରାୟଣ ପୂଜା ପାଆନ୍ତି। ମଧ୍ଯ ରାତ୍ର ରେ ପଟି ଦିଅଁ ଙ୍କୁ ଚକ୍ଷୁ ଦାନ କରାଯାଇଥିଲା।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ, ପଣା ରାତ୍ର ଧୂପ ପରେ ପହଡ଼ ପଡ଼ିବ।ପୂଜକ ମନ ସୁମନ୍ ମିଶ୍ର,ସିବଶ୍ଚ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ପଟି ଦିଅଁ ପୂଜା ନୀତି ପାଳିତ ହୋଇଥଲା।

May 30, 2026/
No Comments


