ଚମ୍ପୁଆରେ ପହଚିଂଲା କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ଶରୀର

କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ମରଶରୀର କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ତାଙ୍କ ବାସଭବନ ଚମ୍ପୁଆ ଠାରେ ପହଞ୍ଚିଲା। ତାଙ୍କର ଅକାଳ ବିୟୋଗ (୧୭ ଜୁନ୍ ୨୦୨୫, ଦିଲ୍ଲୀ ଆର୍ମି ବେସ୍ ହସ୍ପିଟାଲ) ରେ ହୋଇଥିବା ନେଇ ସୂଚନା। ୬୩ ରାଷ୍ଟ୍ରୀୟ ରାଇଫଲ୍ସ (ବିହାର)ର କମାଣ୍ଡିଂ ଅଫିସର ଭାବେ ତାଙ୍କର ଅନୁପମ ନେତୃତ୍ୱ, ସାହସ ଓ ଦେଶପ୍ରେମର ଉଦାହରଣ ସୃଷ୍ଟି କରିଥିଲେ। ଜମ୍ମୁ ଓ କାଶ୍ମୀରର ରାଜୋରୀରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କ ନେତୃତ୍ୱରେ ଅନେକ ଜଟିଳ ଅଭିଯାନ ସଫଳ ହୋଇଥିଲା। କଠିନ ପରିସ୍ଥିତିରେ ମଧ୍ୟ ସେ ଅଟଳ ସଂକଳ୍ପ ଓ ନିଷ୍ଠାର ସହ ଦାୟିତ୍ୱ ପାଳନ କରୁଥିଲେ । ଗତ ମେ ମାସ ୨୦୨୫ରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାପରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା।। ଆଜି ସକାଳେ ତାଙ୍କ ମରଶରୀର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆରେ ପହଞ୍ଚି ଥିଲା । ଚମ୍ପୁଆ ରାଜରାସ୍ତାରେ ତାଙ୍କ ଶରୀରକୁ ନେଇଯିବା ସମୟରେ ଭାରତ ମାତାକି ଜୟ ଓ କର୍ଣ୍ଣେଲ ସୋମନାଥ ମିଶ୍ର ଅମରରହେ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା।ତାଙ୍କୁ ଏଠାରେ ସ୍ଥାନୀୟ ପ୍ରଶାସନ ସହିତ ବହୁ ସଂଖ୍ୟାରେ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




