ଢେଙ୍କାନାଳବାସୀଙ୍କୁ ଅପମାନିତ କରିଥିବା ତପି ମିଶ୍ର ଓ ବ୍ୟୋମକେଶଙ୍କ ବିରୋଧରେ ୬ରେ ଆନ୍ଦୋଳନ ଡାକରା
ଢେଙ୍କାନାଳ,୩୦/୧୦ : ଢେଙ୍କାନାଳବାସୀଙ୍କୁ ସୋସିଆଲ୍ ମିଡିଆରେ ଅପମାନ କରିଥିବା ତପି ମିଶ୍ର ଓ ବ୍ୟୋମକେଶ ତ୍ରିପାଠୀଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି ଢେଙ୍କାନାଳବାସୀ ପୁନର୍ବାର ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କୁ ଭେଟି ଢେଙ୍କାନାଳକୁ ଅପମାନିତ କରିଥୁବା ତଥା ନିନ୍ଦିତ କରିଥିବା ତପି ମିଶ୍ର ଓ ବ୍ୟୋମକେଶଙ୍କ ବିରୋଧରେ ଅଦ୍ୟାବଧୂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ୪୮ଘଂଟା ମଧ୍ୟରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୬ ରେ ଢେଙ୍କାନାଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ଏହି ଦାବୀ ପତ୍ର ପ୍ରଦାନ ସମୟରେ ମନୋରଞ୍ଜନ ଜେନା, ଚିତରଞ୍ଜନ ରାଉତ, ଅଭିଷେକ୍ ବେହେରା, ସୁବ୍ରତ ସାହୁ, ବଳରାମ ବେହେରା, ନିରଞ୍ଜନ ବେହେରା, ପିକୁଲ୍ ମହାନ୍ତି, ମନୋଜ କୁମାର ମହାପାତ୍ର, ଅବ୍ଦୁଲ୍ ନସିବ୍, ହେମନ୍ତ କୁମାର ସାଇଁ, ବିଶ୍ୱଜିତ୍ ବେହେରା, ମୁନା ପାଣି ଓ ମାମୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



