ଅଦ୍ୟ ତା 25 ମେ 2026 ରିଖ, ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମ “ଆକ୍ସେସ ଟୁ ଜଷ୍ଟିସ “ଦ୍ୱାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ଗୋଡସନ୍ତ୍ରି,ଭାଗବତ ପୁର, ଗlଙ୍ଗିଯୋଡ଼ି,ବଉଳିଗୋଡ ପଞ୍ଚାୟତ ର ବଉଳି ଗୋଡ,ଜୁହାର ପୁର,ପୂରିକିଆ , ଅ ରlହଟ ଗ୍ରାମ ରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର, ଅଙ୍ଗୱାଡ଼ି , ଆଶା, କିଶୋରୀ, କିଶୋରୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l



