
ମୀନକେତନ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ.
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ପଂଚାୟତ ର ମୀନକେତନ ଉଚ୍ଚ ବିଦ୍ୟାଳୟ ରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସମାରୋହରେ ପାଳନ ହୋଇ ଯାଇଛି. ଏହା ତିନିଦିନ ବ୍ୟାପି ହୋଇଥିଲା.. ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟନ ପାଣି ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ଯୋଗଦେଇଥିଲେ. ଉଡ଼ାଜାପନୀ ଦିବସରେ ମୁଖ୍ୟଅତିଥି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଓ ମୁଖ୍ୟ ବକ୍ତା ଭାବେ ପୁର୍ବତନ ସାଂସଦ ମହେଶ ସାହୁ, ସନମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୁଧୀର ସାମଲ, ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାଣ ଓ ବ୍ଲକ ଅଧକ୍ଷା ସସ୍ମିତା ନାୟକ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ.. ଏହି ତିନିଦିନ ବ୍ୟାପି ଉତ୍ସବରେ ସଂଧ୍ୟରେ ବିଭିନ୍ନ କଳାକାର କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା. ଏବଂ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଦେଖିବାକୁ ମିଳିଥିଲା. ଏଥିରେ ଅନେକ କଳାକାର, ସ୍ବେଛାସେବୀ, ବୈଜ୍ଞାନିକ, ସ୍ଥପତି, ଗାୟକ ଗାୟିକା ଘୋଷିକା କୁ ଦେଖିବାକୁ, ମିଳିଥିଲା. ସଫଳତା ର ସହ ଉତ୍ସବ ହୋଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ କୁଟୁନିଆ ସମିତିସଭ୍ୟ ହେମନ୍ତ ସାହୁ..




