ଚମ୍ପୁଆ ଉପଖଣ୍ଡରେ ୫୦ତଟିକିଆ ହାତୀପଲ ଆତଙ୍କିତ ଅବସ୍ଥାରେ ଅଞ୍ଚଳ ବାସିନ୍ଦା
ଚମ୍ପୁଆ ଉପଖଣ୍ଡରେ ପଚାଶ ଟିକିଆ ହାତୀପଲ ଆତଙ୍କିତ ଅବସ୍ଥାରେ ଅଞ୍ଚଳ ବାସିନ୍ଦା।କିଛି ସପ୍ତାହର ବ୍ୟବଧାନ ପରେ ପୁଣି ଚମ୍ପୁଆ ବ୍ଲକକୁ ଲେଉଟିଛନ୍ତି ହାତୀପଲ l ଗତ ରାତି ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଜ୍ୟୋତିପୁର ପଞ୍ଚାୟତ ଝାଲିଆବେଡା ଜଙ୍ଗଲ ରେ ୫୦ ଟିକିଆ ହାତୀ ପଲ ପ୍ରବେଶ କରିଛନ୍ତି l ଗତ ମାସ ପାଟଣା ରେଞ୍ଜ ମଧ୍ୟ ଦେଇ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସେକ୍ସନ କୁ ଚାଲି ଯାଇଥିବା ୨୮ ଟିକିଆ ହାତୀପଲ ଗତରାତି ପୁଣି ବୈତରଣୀ ନଦୀ ପାର ହେଇ ପଦ୍ମପୁର ଗାଁ ମଧ୍ୟ ଦେଇ ଚମ୍ପୁଆ ରେଞ୍ଜ ର ଝାଲିଆବେଡା ଗାଁ ଜଙ୍ଗଲରେ ପ୍ରବେଶ କରିଥିବା ବେଳେ ବାଲିବନ୍ଧ ସେକ୍ସନରୁ ୨୨ଟିକିଆ ହାତୀପଲ ଉଖୁଣ୍ଡା ସେକ୍ସନ ମଧ୍ୟଦେଇ ଏହି ଜଙ୍ଗଲରେ ପ୍ରବେଶ କରିଛନ୍ତି l ହାତୀପଲ ଝାଲିଆ ବେଡା ଜଂଗଲରେ ଏକାଠି ହେଇଥିବା ବନ ବିଭାଗ ସୂଚନା ଦେଇଛି l ବନ ଵିଭାଗର ସୂଚନା ଅନୁଯାୟୀ ଜଙ୍ଗଲ ଭିତରେ ୨୮ ଟିକିଆ ହାତୀ ପଲ ଠାବ ହେଇଥିବା ବେଳେ ବାଇଶ ଟିକିଆ ହାତୀପଲ ଙ୍କୁ ଘନ କୁହୁଡି ଯେlଗୁ ଠାବ କରାଯାଇପାରି ନାହିଁ l ତେବେ ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି l ଅନ୍ୟପଟେ ଏତେ ମାତ୍ରାରେ ହାତୀପଲଙ୍କୁ ନେଇ ଆଖପାଖ ଅଞ୍ଚଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



