ଟ୍ରଲରକୁ ପଛପଟୁ ଧକ୍କାଦେଲା ମୋଟର ସାଇକେଲ, ତିନି ମୃତ
ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣା, ଟ୍ରଲରକୁ ପଛପଟୁ ଧକ୍କା ଦେଲା ମୋଟର ସାଇକେଲ ତିନିମୃତ। ଏହିଭଳି ଏକ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ଲହଣ୍ଡା ନିକଟରେ ଘଟିଛି ଏଭଳି ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣା । ଏକ ଟ୍ରଲର୍ କୁ ପଛପଟୁ ବାଇକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଯୋଡ଼ା ଡ଼ାକ୍ତରଖାନାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଏକତ୍ରିତ ହୋଇଥିଲେ l ଯାହାକୁ ନେଇ ସେଠାରେ ଚପ୍ପା ଉତ୍ତେଜନା ସୃୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଏହି ୫୨୦ନମ୍ବର୍ ଜାତୀୟ ରାଜପଥ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ବେଳେ ଦୁର୍ଘଟଣା କୁ ରୋକିବାରେ ଆଞ୍ଚଳିକ ପ୍ରଶାସନ ସମ୍ପୂର୍ଣ ବିଫଳ ମନେହୁଏ। ଏହି ୫୨୦ ନମ୍ବର୍ ଜାତୀୟ ରାଜପଥରେ ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବ ଆଞ୍ଚଳିକ ପ୍ରଶାସନ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



