ଆସନ୍ତା ତା-୧୪/୧୨/୨୦୨୫ ରିଖ ରବିବାର ଦିନ ଅନୁଗୁଳ ବିଜୁ ମଇଦାନ ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ଓ ପ୍ରଥମ ଜିଲ୍ଲା ସ୍ତରୀୟ “କୃତୀ – ଦ୍ୟେତନୀ ” ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆଜି ଉତ୍ସବ କମିଟିର ଆବାହକ ଶ୍ରୀ ଯୁକ୍ତ ଭୋଲେଶ୍ୱର ପ୍ରଧାନ (ସହ ପ୍ରତି ରିତିକ) ଓ ସହ ଆବାହକ ଶ୍ରୀ ଯୁକ୍ତ ଅଶୋକ ଗଡ଼ନାୟକ(ସହ ପ୍ରତି ରିତିକ)ଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଗୁଳ ସତସଙ୍ଗ ବିହାର ପରିସରରେ ଅନୁଷ୍ଠିତ ହୋଇଥିଲା। ତତ୍ ସହିତ ଅନେକ ଗୁରୁ ଭାଇ, ମାଆ ମାନେ ନାମ ସଙ୍କୀର୍ତ୍ତନ କରି କରି ବିଜୁ ମଇଦାନ ଠାରେ ଭୂମି ପୂଜନ କରିଥିଲେ। ଏହି ଉତ୍ସବରେ ପ୍ରାୟ ୨୦ ହଜାର ଭକ୍ତ,ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଉତ୍ସବ କମିଟି ପକ୍ଷରୁ କୁହାଯାଇଛି।

June 27, 2026/
No Comments


