ଶାନ୍ତି ତପୋବନ ଆଶ୍ରମରେ ଅନ୍ତେବାସିନୀ ବୃକ୍ଷ୍ୟଦେବତା ଙ୍କୁ ବାନ୍ଧିଲେ ରାଖୀ

ଭଟଲି (ଅଭିମନ୍ୟୁ ପଧାନ ):- ପବିତ୍ର ରକ୍ଷା ବନ୍ଧନ ରେ ଭଗବାନ ବଳଦେବ ଓ ସ୍ୱଭାବ କବି ଗଙ୍ଗାଧର ଙ୍କ ଜୟନ୍ତୀ ଉତ୍ସବ କୁ ଶାନ୍ତି ତପୋବନ ଆଶ୍ରମ ସ୍ଥିତ ମାତୃଛାୟା ଓ ବାନପ୍ରସ୍ଥ ର ଅନ୍ତେବାସିନୀ ମାନେ ବୃକ୍ଷ୍ୟ ଦେବତା,ଗୋମାତା ଙ୍କୁ ରାଖୀ ବାନ୍ଧି ଉତ୍ସବକୁ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଭଗବାନ ବଳଦେବ ଓ ସ୍ୱଭାବ କବି ଗଙ୍ଗାଧର ଙ୍କ ଜୀବନୀ ଉପରେ ଏକ ଆଲୋଚନା ସଭା ସଂଯୁକ୍ତ ଯୁବ ସଂଗଠନ ର ସଭାପତି ଶ୍ରୀ ସୁରେନ୍ଦ୍ର ମେହେର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା l ସଂଗଠନ ର ଉପସଭାପତି ଶ୍ରୀ ଅରୁଣ ଅଗ୍ରୱାଲ, ଆଶ୍ରମ ସଦସ୍ୟ ଶ୍ରୀ ସୁନୀଲ ବାରିକ,ବନମାଳୀ ସାହୁ, ତେଜରାଜ ହିଆଳ, ଆଶ୍ରମର ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀ ଆଲୋଚନାରେ ଭାଗ ନେଇଥିଲେ l ଆଶ୍ରମର ସହ ପରିଚାଳିକା ଲବଙ୍ଗ ସାହୁ ଓ ପଙ୍କଜିନୀ ସୁନା ସଂଗୀତ ଗାନ କରିଥିବାବେଳେ ବାଦ୍ୟଯନ୍ତରେ ସେବା ରାମ ସାହୁ, ବାବୁଲାଲ ସାହୁ ରିଜେ ସୁନା ସହଯୋଗ କରିଥିଲେ l



