
ଜୁନାଗଡ ପୋଲିସ କୁ ବଡ଼ ସଫଳତା,ଡକାୟତି ମାମଲାରେ ତିନି ଗିରଫ ବନ୍ଧୁକ ସହ ଗୁଲି ଜବତ
ଜୁନାଗଡ଼ ଥାନା ଅଞ୍ଚଳରେ ସୋମବାର ଦିନ ରାତିରେ ଏକ ଡକାୟତି ମାମଲାରେ ଜୁନାଗଡ଼ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋଲାମୁଣ୍ଡ ବ୍ଲକ ର ଅନ୍ତର୍ଲା ଗ୍ରାମର କାନ୍ହୁ ବରିହା (୩୩), ପୁରାଗାଁ ଗ୍ରାମର ଦେବେନ୍ଦ୍ର ସାହୁ (୩୮) ଓ ଗୋଲାମୁଣ୍ଡା ଅଞ୍ଚଳର ବସନ୍ତ ଚାଲାନ lସୂଚନା ମତେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର କଲମପୁର ଛକ ନିକଟସ୍ତ ଏନ୍ ଏଚ 26 ସୋମବାର ରେ ରାତ୍ର ଗୋଟିଏ ପିକ୍ ଅପ୍ ଖରାପ ହୋଇ ଅଟକିଥିଲା l ସେତିକି ବେଳେ ଦୁଇ ଜଣ ଯୁବକ ଏକ ଆପାଚୀ ଗାଡି ରେ ଆସି ପିକ୍ ଅପ୍ ରେ ବସିଥିବା ଯୁବକକୁ ମlଡ ମାରି ବନ୍ଧୁକ ଦେଖାଇ ଭୟଭୀତ କରି ଥିଲେ l ଏବ୍ଂ ପାଖରେ ଥିବା ସମସ୍ତ ଟଙ୍କା ଦିଗାମ୍ବର ଖଡିକାର ଠାରୁ ଡକାୟତି କରି ନେଇ ପଳାଇଥିଲେ l କୋଣସି ମତେ ଗାଡି ରେ ଥିବା ଲୋକେ ଜୁନାଗଡ ପୋଲିସ କୁ ଖବର ଦେଇଥିଲେ l ଜୁନାଗଡ ପୋଲିସ ତ୍ଵରନ୍ତ ଖବରପାଇ ପଦକ୍ଷେପ ନେଇ ଘଟନା ସ୍ତଳ ରେ ପହଂଚି ଦୁଇ ଜଣ ଡକାୟତ କୁ କାବୁ କରିଥିଲେ lଦୁଇ ଜଣ ଙ୍କ ଠାରୁ ଗୋଟିଏ ଅlପlଚୀ ବାଇକ୍, ଗୋଟିଏ ଇଂଲଣ୍ଡ ତିଆରି ରିଭଲଭର ଓ ଦୁଇଟି ଅଫୁଟା ଗୁଳି ଓ ଗୋଟିଏ ଖୋକା ପୋଲିସ ଯବତ୍ କରିଥିବାବେଲେ ଶ୍ରୀ ଦିଗାମ୍ବର ଖଡିକାର ଥାନାରେ କେଶ ଦାଏର କରିଥିଲେ।ଡକାୟତ ଦୁଇ ଜଣ ହେଲ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କାହ୍ନୁ ବରିହା ଓ ଜୁନାଗଡ ଅଞ୍ଚଳ ର ଦେବେନ୍ଦ୍ର ସାହୁ ସେ ଦୁଇ ଜଣ ଗୋଲାମୁଣ୍ଡା ବ୍ଲକ ରେ ବସ ବାସ କରନ୍ତି lପୋଲିସ ସୂତ୍ର ରୁ ପ୍ରକାଶ ଯେ ଦେବେନ୍ଦ୍ର ଗତ ବର୍ଷେ ତଳେ ଗୋଲାମୁଣ୍ଡା ଅଞ୍ଚଳ ର ବସନ୍ତ ଚାଲାନ ଙ୍କ ସମ୍ପସରେ ଆସି ୪୦ ହଜାର ଟଙ୍କା ଦେଇ ରିଭଲଭର ଓ ଗୁଳି କିଣିଥିଲେ l ଜୁନାଗଡ ପୋଲିସ ଗୋଲାମୁଣ୍ଡା ର ବସନ୍ତ ଚାଲାଣ କୁ ରିଭଲଭର ବିକ୍ରି କରିଥିବା ରୁ ପୋଲିସ ଜୁନାଗଡ ଥାନା କୁ ଆଣି ଅଧିକ ପଚରାଉଚରା କରିଥିଲେ l ଅଭିଯୁକ୍ତ ଡକାୟତ ଙ୍କ ନାମରେ ଜୁନାଗଡ ଥାନା ରେ ବିଭିନ୍ନ ଦଫା U/S.296/309,(4)BNS /Rwfec25/27act ମାମାଲା ରୁଜୁ ହୋଇଥିଲା l ଆଜି ଅପରାହ୍ଣ ରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଜୁନାଗଡ ଆଇ ଆଇ ସି ଶେଷଦେବ ବେହେରା ପ୍ରକାଶ କରିଛନ୍ତି l କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

