ଜୁନିୟର ଜାତୀୟ ଭଲିବଲ ଚାମ୍ପିୟନସିପରେ ମେରାମଣ୍ଡଳୀର ୩ ଖେଳାଳି
ମେରାମଣ୍ଡଳୀ, ୧୭/୧୨/୨୦୨୫: ଜୁନିୟର ନ୍ୟାସନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି ମେରାମଣ୍ଡଳୀର ୩ ଖେଳାଳି। ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏ ରାଜସ୍ଥାନରେ ଖେଳାଯାଉଥିବା ଏହି ଚାମ୍ପିୟନସିପରେ ଶାନ୍ତନୁ ବେହେରା, କାହ୍ନା ବେହେରା ଓ ସୌମ୍ୟରଞ୍ଜନ ସାମଲ ଓଡ଼ିଶା ଟିମ୍ ପାଇଁ ପ୍ରତିନିଧୃତ୍ବ କରୁଛନ୍ତି।ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ମେରାମଣ୍ଡଳୀରେ ଆୟୋଜିତ କ୍ରୀଡ଼ା କାର୍ଯ୍ୟକ୍ରମରେ ଏହି ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି ଖେଳାଳିଙ୍କ ନିୟମିତ ଅଭ୍ୟାସ, ଶୃଙ୍ଖଳିତ ଆଚରଣ ଓ କୋଚ୍ ଏବଂ ସହଯୋଗୀ ଷ୍ଟାଫଙ୍କ ମାର୍ଗଦର୍ଶନରେ ଯୋଗୁ ମେରାମଣ୍ଡଳୀର ୩ ଖେଳାଳି ଓଡ଼ିଶା ଟିମ୍ ରେ ସାମିଲ ହୋଇପାରିଛନ୍ତି ।ଏହାଛଡ଼ା ଡିସେମ୍ବର ୧୧ରୁ ୧୪ତାରିଖ ଯାଏଁ ଭୁବନେଶ୍ୱରସ୍ଥିତ କିଟ ଏବଂ କିସ୍ କ୍ୟାମ୍ପସରେ ଇଣ୍ଟର ନ୍ୟାସନାଲ ଭଲିବଲ ଫେଡେରେସନ ପକ୍ଷରୁ ଆୟୋଜିତ ଏଫ୍ଆଇବିବି ଭଲିବଲ ଫେଷ୍ଟିଭାଲ ସପ୍ତାହରେ ଟିଏସଏଫ୍ ସ୍ପୋର୍ଟସ ୟୁନିଟକୁ ସାମିଲ କରିବାକୁ ଓଡ଼ିଶା ଭଲିବଲ ଆସୋସିଏସନ ମନୋନୀତ କରିଥିଲା।ଟିଏସଏଫ୍ ପକ୍ଷରୁ ତୃଣମୂଳସ୍ତରର ୪ଜଣ କୋଚ୍, ୫ ଜଣ ସିନିୟର ଖେଳାଳି ଏବଂ ୨୭ଜଣ ବାଳିକା ଏହି ୪ ଦିନିଆ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ସହ ସେମିନାର এর° ଅଭିଜ୍ଞ କୋଚ୍ ଓ ଅଲିମ୍ପିକ ମେଡାଲ ବିଜେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଉଭୟ କୋଚ୍ ଓ ଖେଳାଳି ଉଭୟଙ୍କ ପାଇଁ ବେଶ ଉପଯୋଗୀ ରହିଥିଲା I

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

